ବିଏମସି ପକ୍ଷରୁ ଖଣ୍ଡଗିରିଠାରେ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ସ୍ୱଚ୍ଛତା ହିଁ ସେବା ଅଧିନରେ ବୁଧବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଐତିହ୍ୟ ସ୍ଥଳୀ ଖଣ୍ଡଗିରିଠାରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେ
ବିଏମସି ପକ୍ଷରୁ ଖଣ୍ଡଗିରିଠାରେ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ସ୍ୱଚ୍ଛତା ହିଁ ସେବା ଅଧିନରେ ବୁଧବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଐତିହ୍ୟ ସ୍ଥଳୀ ଖଣ୍ଡଗିରିଠାରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର, ଅତିରିକ୍ତ କମିଶନର ପ୍ରମୁଖ ମଂଚାସୀନ ଥିଲେ ।

ଏହି ଗଣସଫେଇ କାର୍ଯ୍ୟକ୍ରମରେ ଟିମ୍ ବିଏମ୍ ସି ସହ ବହୁ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସ୍ଥାନୀୟ ଅଧିବାସୀ, ଏସ୍‌ଏଚଜି, ସ୍ୱଚ୍ଛସାଥୀ, ସ୍ୱଚ୍ଛକର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande