ପବିତ୍ର ବିଶ୍ଵକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ପବିତ୍ର ବିଶ୍ଵକର୍ମା ପୂଜାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ ଓ ସୃଜନର ଦେବତାଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀର ପବିତ୍ର ଅ
ପବିତ୍ର ବିଶ୍ଵକର୍ମା ପୂଜାର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ପବିତ୍ର

ବିଶ୍ଵକର୍ମା ପୂଜାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ ଓ ସୃଜନର ଦେବତାଭଗବାନ

ବିଶ୍ୱକର୍ମାଙ୍କ ଜୟନ୍ତୀର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଏହି ଅବସରରେ, ନିର୍ମାଣ ଓ ସୃଷ୍ଟି ସହିତ ଜଡିତ ସମସ୍ତ କର୍ମଠ ଓ ପ୍ରତିଭାଶାଳୀ

ଶିଳ୍ପୀମାନଙ୍କୁ ନମନ କରୁଛି । ଆପଣଙ୍କର ଅଥକ ପ୍ରୟାସ ଓ ସମର୍ପଣରେ ଆମେ ଏକ ସଶକ୍ତ, ଆତ୍ମନିର୍ଭର ଓ ସମୃଦ୍ଧ ଭାରତ ଗଠନ କରୁଛୁ ବୋଲି କେନ୍ଦ୍ରମନ୍ତ୍ରୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande