ପାଂଚ ଏକର ଜମିରେ ୧୫ ହଜାର ଚାରା ରୋପଣ କରିବ ବିଏମସି
ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଜାରି ରହିଛି ମେଗା ପ୍ଲାେଂଟସନ ଅଭିଯାନ। ଏକ ପେଡ୍ ମା'' କେ ନାମ ଅଭିଯାନ ଅଧୀନରେ ବିଏମ୍ ସି ଆରମ୍ଭ କରିଛି ସ୍ୱତନ୍ତ୍ର ମେଗା ବୃକ୍ଷ ରୋପଣ ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ
ପାଂଚ ଏକର ଜମିରେ ୧୫ ହଜାର ଚାରା ରୋପଣ କରିବ ବିଏମସି


ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଜାରି ରହିଛି ମେଗା ପ୍ଲାେଂଟସନ ଅଭିଯାନ। ଏକ ପେଡ୍ ମା' କେ ନାମ ଅଭିଯାନ ଅଧୀନରେ ବିଏମ୍ ସି ଆରମ୍ଭ କରିଛି ସ୍ୱତନ୍ତ୍ର ମେଗା ବୃକ୍ଷ ରୋପଣ ଅଭିଯାନ ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଘାଟିକିଆ ଅନ୍ତର୍ଗତ ଓୟୁଏଟିର ବାଉଁଶ ନିର୍ଦ୍ଦେଶନା ଫାର୍ମ ପରିସରରେ ଏହି ମେଗା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି। ପାଂଚ ଏକର ଜମିରେ ୧୫ ହଜାର ଚାରା ରୋପଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଏମ୍ ସି ମେୟର, କମିଶନର, ଡ଼େପୁଟି ମେୟର, ଭି ସି- ଓ ୟୁ ଏ ଟି, ଆଇଓସିଏଲ୍ ରାଜ୍ୟ ମୁଖ୍ୟ, ଟାଇମ୍ସ ଅଫ ଇଣ୍ଡିଆର ପ୍ରତିନିଧି, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷବୃନ୍ଦ, ଅତିରିକ୍ତ କମିଶନରବୃନ୍ଦ, କର୍ପୋରେଟରଙ୍କ ସହ ବହୁ ଛାତ୍ରଛାତ୍ରୀ, ଏସ୍‌ଏଚ୍ ଜି ସଦସ୍ୟା ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande