ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସରରେ ଦୀର୍ଘଜୀବୀ କାମନା କରି ବିଜେପିର ସମୁହଦୀପ ଦାନ
ଧର୍ମଶାଳା,୧୭ସେପ୍ଟେମ୍ବର(ହି.ସ) - ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମାନ୍ଦିିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନ କାମନା କରି ଧର୍ମଶାଳା ବିଜେପି ପକ୍ଷରୁ ସମୁହ ଦୀପଦାନ କର
ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଅବସରରେ ଦୀର୍ଘଜୀବୀ କାମନା କରି ବିଜେପିର ସମୁହଦୀପ ଦାନ


ଧର୍ମଶାଳା,୧୭ସେପ୍ଟେମ୍ବର(ହି.ସ) - ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମାନ୍ଦିିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନ କାମନା କରି ଧର୍ମଶାଳା ବିଜେପି ପକ୍ଷରୁ ସମୁହ ଦୀପଦାନ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶହ ଶହ ବିଜେପି କାର୍ଯ୍ୟକର୍ତାଙ୍କ ସହ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ସାମିଲ ହୋଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ନିକଟରେ ପୂଜାପାଠ କରିବା ସହ ପ୍ରଧାନ ମନ୍ତ୍ରୀଙ୍କ ଦୀର୍ଘାୟୁ ଜୀବନ ଓ ସ୍‌ୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଭାଜପା କର୍ମୀ ଓ ନେତୃମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ସମୁହ ଦୀପ ଦାନ କରିଥିଲେ । ଏଥିସହ ମୋଦୀଙ୍କ ଜନ୍ମଦୀନକୁ ମାନେରଖିବା ପାଇଁ ମନ୍ଦିର ପରିସରରେ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା ପରେ ବିଜେପି କାର୍ଯ୍ୟକର୍ତାମାନେ ଧର୍ମଶାଳା ଡାକ୍ତରଖାନା ଯାଇ ସେଠାରେ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭାଜପା କର୍ମୀ , ନେତୃମଣ୍ଡଳୀଙ୍କ ସମେତ ବରିଷ୍ଠ ଭାଜପା ନେତା ଚନ୍ଦ୍ରମଣି ପଣ୍ଡିତ, ଯୁବନେତା ରାଜେଶ ପାଲ, ଅଭିଷେକ ରାଉତ, ସିବୁଲି ଧିର,ତପନ ମାହୁନ୍ତ ଏବଂ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande