ସୋନପୁର, ୧୭ ସେପ୍ଟେମ୍ବର(ହି.ସ.) – ସପ୍ତଦୀପା ସାହିତ୍ୟ ସଂସଦର ୧୨୪ତମ ଭ୍ରାମ୍ୟମାଣ ସାରସ୍ୱତ ସମାରୋହ ଗୋପାଳ ରାଇସ୍ ମିଲ୍ ବାଙ୍କବିଜା ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଅଛି। ଡକ୍ଟର ଆର୍ତତ୍ରାଣ ବାବୁଙ୍କ ଆବାହନ କ୍ରମେ ସଂସଦର ସଭାପତି ଡକ୍ଟର ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଯୋଗଗୁରୁ ଗୋରଖନାଥ ସାହୁ ମୁଖ୍ୟଅତିଥି, ଶିକ୍ଷାବିତ ଯୋଗୀନ୍ଦ୍ର ପଣ୍ଡା ସମ୍ମାନିତ ବକ୍ତା, ଡକ୍ଟର ସନ୍ତୋଷ ପାଢ଼ୀ ଏବଂ ଡକ୍ଟର ନିରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରସ୍ୱତ ବାର୍ତା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମଞ୍ଜୁଶ୍ରୀ ବାବୁ ବାସନ୍ତୀ ସଂଗୀତ ଗାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଆବାହକ ଡକ୍ଟର ଆର୍ତତ୍ରାଣ ବାବୁ ସମାରୋହର ପ୍ରାକ୍ କଥନ ସହିତ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ପରେ ପରେ ତନ୍ମୟବାଳା ମିଶ୍ର ଓ ନିବେଦିତା ପାଢ଼ୀଙ୍କ ସଂଯୋଜନାରେ କବି କବିତା ରାଣୀ ଝାଙ୍କର, ରଞ୍ଜନ କୁମାର ସା, ରୋଶନ୍ କୁମାର ସାହୁ, କରୁଣାକର ଖଂଡୁଆଳ, ଅଶୋକ ଚନ୍ଦନ, ଡକ୍ଟର ଶୁଭେନ୍ଦୁ ମେହେର, ପ୍ରହଲ୍ଲାଦ ନାଏକ, ରାଜଶ୍ରୀ ବାବୁ, ଦୀପ୍ତିରେଖା ବାବୁ, ବର୍ଷା ବେହେରା, ଯଶୋଦା ପାତ୍ର, ପୂଜା ବେହେରା ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ। ଡକ୍ଟର ରାଧେଶ୍ୟାମ ମିଶ୍ର ସଭା ସଂଯୋଜନା କରିଥିବାବେଳେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ରାଇସ୍ମିଲ୍ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ