ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କର ୧୩୮ ତମ ଆବିର୍ଭାବ ଦିବସ
ଧର୍ମଶାଳା,୧୭ସେପ୍ଟେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ସତସଙ୍ଗ ବିହାର ଜାରକା ଆନୁକୂଲ୍ୟରେ ଜାରକା ଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କ ୧୩୮ ତମ ଅବିର୍ଭାବ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଭାଦ୍ରବ ମାସରେ ୩୦ ଦିନ ଧରି ସତସଙ୍ଗ ପରୀକ୍ରମା ଆୟୋଜନ ହେବା ସହିତ ଉଦଯାପନୀ ଶେଷ ଦିବସର
ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କର ୧୩୮ ତମ ଆବିର୍ଭାବ ଦିବସ


ଧର୍ମଶାଳା,୧୭ସେପ୍ଟେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ସତସଙ୍ଗ ବିହାର ଜାରକା ଆନୁକୂଲ୍ୟରେ ଜାରକା ଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୁଳଚନ୍ଦ୍ରଙ୍କ ୧୩୮ ତମ ଅବିର୍ଭାବ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଭାଦ୍ରବ ମାସରେ ୩୦ ଦିନ ଧରି ସତସଙ୍ଗ ପରୀକ୍ରମା ଆୟୋଜନ ହେବା ସହିତ ଉଦଯାପନୀ ଶେଷ ଦିବସରେ ଧର୍ମଶାଳା ସତସଙ୍ଗ ବିହାର ଆନୁକୂଲ୍ୟରେ ଅବିର୍ଭାବ ମହୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ସକାଳ ୭. ୫ ମି ଶୁଭ ଆବିର୍ଭାବ ଲଗ୍ନ ଘୋଷଣା ସହିତ ଶଙ୍ଖ, ହୁଳାହୁଳି,ବନ୍ଦେ ପୁରୁଷୋତମ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । ଅପରାହ୍ନ ୪ ଘଟିକାରେ ମା' ମାନଙ୍କ ଦ୍ୱାରା ମାତୃ ସମ୍ମିଳନୀ ଆୟୋଜନ କରାଯାଇ ଠାକୁରଙ୍କର ମୁଖ ନିଃସୃତ ପବିତ୍ର ନାରୀର ନୀତି ଗ୍ରନ୍ଥ ପାଠ କରାଯାଇ ଶୃଙ୍ଖଳିତ ସମାଜ ପାଇଁ ନାରୀର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ସନ୍ଦ୍ୟା ବିନତୀ ପ୍ରାର୍ଥନା ପରେ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତାଞ୍ଜଳୀ କାର୍ଯ୍ୟକର୍ମ କରାଯାଇ ଶ୍ରୀ ଶ୍ରୀ ଠାକୁରଙ୍କର ସତସଙ୍ଗ ଆୟୋଜନ କରାଯାଇଥିଲା । ଏହି ସତସଙ୍ଗକୁ ଋତିକ୍ ନାରାୟଣ ଚନ୍ଦ୍ର ମହାନ୍ତି ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସତସଙ୍ଗ ବିହାରର ସଭପତି ଋତିକ୍ ରାମଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ରିତିକ୍ ପ୍ରମୋଦ କୁମାର ଶତପଥୀ ଠାକୁରଙ୍କର ଭାବଧାରା ଉପରେ ଆଲୋଚନା ରଖିବା ସହିତ ସତସଙ୍ଗ ହେଉଛି ମଣିଷ ତିଆରୀ କାରଖାନା ବିଶୃଙ୍ଖଳିତ ମଣିଷ ସମାଜକୁ ବଂଚିବା ପାଇଁ ରାହା ଦେଖାଏ, ଠାକୁରଙ୍କୁ ଗ୍ରହଣ କରି ତାଙ୍କର ହସ୍ତ ଲିଖିତ, ମୁଖ ନିଃସୃତ ବାଣୀକୁ ଅନୁସରଣ କରି ଚାଲିଲେ ମଣିଷ ସୁଖ ଶାନ୍ତି ସମୃଦ୍ଧିରେ ବଂଚି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଋତିକ ରମେଶ ଚନ୍ଦ୍ର ଜେନା, ଋତିକ ଅଭିରାମ ଜେନା , ଅଧ୍ୟୁର୍ଜ୍ୟୁ ନାରଣ ଚନ୍ଦ୍ର ସାମଲ, ସମ୍ପାଦକ ଦୁର୍ଯ୍ୟୋଧନ ମହାନ୍ତି,ଅଧର୍ଜୁ କାର୍ତିକ ଚନ୍ଦ୍ର ସ୍ୱାଇଁ, କର୍ମୀ କୁଳମଣି ସାମଲ, କର୍ମୀ ଅଜୟ କୁମାର ନାଥ, ଅଧର୍ଜ୍ୟୁ ପ୍ରଦୀପ୍ତ କୁମାର ବରାଳ , ତଥା ଧର୍ମଶାଳା ଅଂଚଳର ସତସଙ୍ଗ ପ୍ରେମୀ ବହୁ ଗୁରୁଭାଇ ଗୁରୁମା ମାନେ ସହଯୋଗ କରିଥିଲେ .।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande