ଧର୍ମଶାଳା,୧୭ ସେପ୍ଟେମ୍ବର(ହି.ସ.) - ପରିବେଶକୁ ସୁସ୍ଥ , ସୁନ୍ଦର ପାଇଁ ବିିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି । ଏକ୍ ପେଡ୍ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନରେ ସୁଧାର ଆଣିବା ପାଇଁ ଯାଜପୁର ଜିଲା ବ୍ରହ୍ମବରଦା ଥାନା ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଅନ୍ୟମାନଙ୍କ ପାଇଁ ଉଦହରଣ ସୃଷ୍ଟି କରାଯାଇଛି । ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ନେତୃତ୍ୱରେ ଥାନା ପରିସରରେ ବିଭିନ୍ନ କିସମର ଚାରାରୋପଣ କରାଯାଇଛି । ଥାନାର ସମସ୍ତ କର୍ମଚାରୀ ଗୋଟିଏ ଲେଖାଁ ଚାରାରୋପଣ କରିଥିଲେ । କାର୍ଯ୍ୟକ୍ରମରେ ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା ବିଭିନ୍ନ ସଂଗଠନ କର୍ମକର୍ତା ଓ ସାମ୍ବାଦିକ ସାମିଲ ହୋଇ ଚାରାରୋପଣ କରିଥିଲେ । ପର୍ଯ୍ୟାୟ କ୍ରମେ ଖାଲି ପଡିଥିବା ସରକାରୀ ଜମିରେ ଗଛ ଲଗାଯାଇ ସେଗୁଡିକର ରକ୍ଷଣାବେକ୍ଷଣ ନିଆଯିବ ବୋଲି ଥାନା ଅଧିକାରିଣୀ ଶ୍ରୀମତି ମଲ୍ଲିକ ସୂଚନା ଦେଇଛନ୍ତି । ଏସ୍ଆଇ ସନ୍ତୋଷ କୁମାର ସେଠୀ,ଏସ୍ଆଇ ଦୂର୍ଗାଶି ନନ୍ଦିନୀ ଦେ,ପାର୍ଥ ସାରଥୀ ରାଉତ,ଗୁମି ବିରୁଆ ଓ ନନ୍ଦ କିଶୋର ସାହୁ ପ୍ରମୁଖ ଚାରାରୋପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ