କନ୍ଧମାଳ, ୧୮ ସେପ୍ଟେମ୍ବର(ହି.ସ.) – ଲାଇନ୍ପଡ଼ା ମଧ୍ୟଇଂରାଜୀ ବିଦ୍ୟାଳୟ ତରଫରୁ ଆସ ଆମେ ସ୍କୁଲ ଯିବା ପାଳନ କରାଯାଇଛି। ପ୍ରଧାନ ଶିକ୍ଷଯ ସୁଶାନ୍ତ କୁମାର ମୁଖୀ, ସହକାରୀ ଶିକ୍ଷକ ସୁଜିତ କୁମାର ସାହୁ , ଲକ୍ଷ୍ମୀପ୍ରିୟା ନାୟକ, କ୍ରୀଡା ଶିକ୍ଷକ ଅବୋଧ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପଦଯାତ୍ରା କରିଥିଲେ। ପଦଯାତ୍ରା ସହ ସଂଗୀତ ଶିକ୍ଷକ ଅସିତ୍ ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବାଦ୍ୟଯନ୍ତ୍ର ସାହାଯ୍ୟରେ ସଙ୍ଗୀତ ଭିତିକ ସଚେତନ କାର୍ଯ୍ୟକ୍ରମ ଆସ ଆମେ ସ୍କୁଲ ଯିବା ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ