ଅଗ୍ରସେନ ଜୟନ୍ତୀ ଶୋଭାଯାତ୍ରା ପ୍ରସ୍ତୁତି ବୈଠକ
ଅଗ୍ରସେନ ଜୟନ୍ତୀ ଶୋଭାଯାତ୍ରା ପ୍ରସ୍ତୁତି ବୈଠକ
ଅଗ୍ରସେନ ଜୟନ୍ତୀ ଶୋଭାଯାତ୍ରା ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୮ ସେପ୍ଟେମ୍ବର (ହି.ସ.) ଆସନ୍ତା ୨୨ ତାରିଖରେ ସମ୍ବଲପୁର ସହରରେ ଆୟୋଜିତ ହେବ ଶ୍ରୀ ଅଗ୍ରସେନ ଜୟନ୍ତୀ l ଏଥିପାଈଁ ୨୧ ତାରିଖରେ ଅଇଁଠାପାଲି ସ୍ଥିତ ପିଏଚଡି ପଡିଆରୁ ଏକ ବାଇକ୍ ରାଲି ସହର ପରିକ୍ରମା କରି କ୍ଷେତରାଜପୁର ସ୍ଥିତ ଅଗ୍ରସେନ ଭବନ ପହଞ୍ଚିବ l ଏହି ବାଇକ ରାଲି ମାଧ୍ୟମରେ ସମାଜକୁ 'ଏକତା ବନ୍ଧନକୁ ସୃଦୁଢ କରିବା ପାଇଁ ସଚେତନତାର ବାର୍ତ୍ତା ଦିଆଯିବ l ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଅନେକ ସଚେତନ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜିତ ହେବ l ୨୨ ତାରିଖ ଦିନ ରାଣୀସତୀ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଅଗ୍ରସେନ ଭବନରେ ପହଞ୍ଚିବ ବୋଲି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ସଭାପତି ଦିନେଶ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande