ଶିଳ୍ପସଂସ୍ଥାଙ୍କ ଉପରେ ୩୭୯୭ କୋଟିର ଜଳକର ବାକି
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟର ବିଭିନ୍ନ ନଦୀରୁ ଜଳ ନେଇ କାରଖାନା ଚଳାଇବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇଥିବା ଶିଳ୍ପସଂସ୍ଥାଗୁଡିକ ଉପରେ ୩୭୯୭ କୋଟି ଟଙ୍କାର ଜଳକର ଅନାଦେୟ ରହିଛି । ବିଧାନସଭାରେ ବିଜପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତ
ଶିଳ୍ପସଂସ୍ଥାଙ୍କ ଉପରେ ୩୭୯୭ କୋଟିର ଜଳକର ବାକି


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟର ବିଭିନ୍ନ ନଦୀରୁ ଜଳ ନେଇ କାରଖାନା ଚଳାଇବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇଥିବା ଶିଳ୍ପସଂସ୍ଥାଗୁଡିକ ଉପରେ ୩୭୯୭ କୋଟି ଟଙ୍କାର ଜଳକର ଅନାଦେୟ ରହିଛି । ବିଧାନସଭାରେ ବିଜପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୫୦ଗୋଟି ସଂସ୍ଥା ମହାନଦୀରୁ ଜଳ ନେଉଛନ୍ତି । ଏମାନେ ନେଉଥିବା ପ୍ରାୟ ୫୦୦ କ୍ୟୁସେକ ଜଳ ମଧ୍ୟରୁ ୪୪୬ କ୍ୟୁସେକ ଜଳ ବ୍ୟବହାର କରୁଛନ୍ତି । ତେବେ ଜଳ ନେଇଥିବା ସଂସ୍ଥାଗୁଡିକ ମଧ୍ୟରୁ କେତେକଙ୍କ ଉପରେ ୯୬୨ କୋଟି ୭୮ ଲକ୍ଷ ଟଙ୍କାର ଜଳକର ବାକି ପଡିଛି । ମହାନଦୀରୁ ଜଳ ନେଇ ବାକିଆ ଗଡୁଥିବା ସଂସ୍ଥା ମଧ୍ୟରେ ସମ୍ବଲପୁର ସ୍ଥିତ ଭୂଷଣ ପାୱାର ଓ ଷ୍ଟିଲ ଉପରେ ୨୪୪ କୋଟି ଟଙ୍କା ଥିବାବେଳେ, ପାରାଦୀପ ଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଉପରେ ୧୦୮ କୋଟି, ଝାରସୁଗୁଡାରେ ଥିବା ଓପିଜିସି ଉପରେ ୨୫ କୋଟି, ପିପିଏଲ ଉପରେ ୪୫ କୋଟି, ସମ୍ବଲପୁର ଠାରେ ଥିବା ଭିରାଜ ଷ୍ଟିଲ ଉପରେ ୯୮ କୋଟି, ଝାରସୁଗୁଡାର ବି ଆର ଷ୍ଟିଲ ଆଣ୍ଡ ପାୱାର ୨୨ କୋଟି ଟଙ୍କାର ଜଳକର ବାକି ରଖିଛି ।

ସେହିଭଳି ବୈତରଣୀରୁ ଜଳ ନେଇଥିବା ୧୭ଟି କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀ ଉପରେ ୧ କୋଟିରୁ ସାମାନ୍ୟ ଅଧିକ ଜଳକର ଥିବାବେଳେ ବ୍ରାହ୍ମଣୀରୁ ପାଣି ନେଇଥିବା ୪୯ଟି ମଧ୍ୟରୁ ଅଧିକାଂଶ ଜଳକର ବାକି ରଖିଛନ୍ତି । ସେମାନଙ୍କ ଉପରେ ୮୨୨ କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡିଛି । ଇନ୍ଦ୍ରାବତୀରୁ ଜଳ ନେଇଥିବା ଦୁଇଟି କମ୍ପାନୀ ଉପରେ ୯ କୋଟି ଟଙ୍କାର ଜଳକର ବାକିଆ ଥିବାବେଳେ କୋଲାବରୁ ଜଳ ନେଇଥିବା କମ୍ପାନୀ ଉପରେ ୧୫୦୯ କୋଟି, ନାଗାବଳୀରୁ ଜଳ ନେଇଥିବା କମ୍ପାନୀ ଉପରେ ୪୯୦ କୋଟି, ଋଷିକୂଲ୍ୟାରୁ ଜଳ ନେଇଥିବା କମ୍ପାନୀ ଉପରେ ୨କୋଟିରୁ ଅଧିକ ବାକିଆ ଗଡୁଛି ।

ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଜଳ ପ୍ରବାହରେ ଅନିୟମିତତା ପରିଲକ୍ଷିତ ହେଉଛି । ଓଡିଶାରେ ଅବବାହିକାରେ ମୁଖ୍ୟତଃ ୧୧ଟି ନଦୀ ପ୍ରବାହିତ ହେଉଥିବାବେଳେ ଏଥିରେ ୭୫ ପ୍ରତିଶତ ନିର୍ଭରଯୋଗ୍ୟ ଜଳ ଅମଳ ଅନୁସାରେ ପ୍ରାୟ ୯୩,୪୧୬ ଏମସିଏମ ଆକଳନ କରାଯାଇଛି । ଏହିସବୁ ନଦୀ ଅବବାହିକାରେ ଥିବା ପ୍ରମୁଖ ନଦୀରୁ ଚାଷ ପାଇଁ ୨୪,୧୪୫ ଏମସିଏମ ଜଳ ବ୍ୟବହାର କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande