କେନ୍ଦୁଝର, ୧୮ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଅଁରାଠାରେ ସ୍ଥାପିତ ପିତ ଜିଲ୍ଲାର ଅଗ୍ରଣୀ ଶିଳ୍ପାନୁଷ୍ଟାନ ଶ୍ରୀ ଶ୍ରୀ ମେଟାଲିକସ କାରଖାନା ପରିସରରେ ପବିତ୍ର ବିଶ୍ୱକର୍ମା ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଅଛି। ଏହି ଶୁଭ ଅବସରରେ କାରଖାନାର ମୁଖ୍ୟ ତଥା ବିଶିଷ୍ଟ ସମାଜ ସେବୀ ସରୋଜ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ବିଶ୍ୱକର୍ମା ପୂଜା ସୁଚାରୁ ରୂପେ ସମ୍ପାଦିତ ହେଇଥିବା ସ୍ଥଳେ କାରଖାନା ପରିସରରେ ଦେଶର ଯସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଖାପାଖୂ ଅଂଚଳର ସହ ସହ ଲୋକମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ହେଇଥିଲା ଉଚ୍ଚକୋଟିର ବ୍ରାହ୍ମଣଙ୍କ ଦ୍ୱାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବିଶ୍ୱକର୍ମା ପୂଜା କାର୍ଯ୍ୟରେ କମ୍ପ ଚମ୍ପାନୀର ୧ର ବରିଷ୍ଠ ଅଧୂକାରୀ ଶ୍ରୀ ଅବନୀ କୁମାର ବିଶ୍ୱାଳ, ଶ୍ରୀ ଜ୍ଞାନ ରଞ୍ଜନ ସ୍ୱାଇଁ, ଶ୍ରୀ ସବ୍ୟସଚୀ ବିଶ୍ୱାଳ, ଶ୍ରୀ ସୁଶିଲ କୁମାର ଭୂୟାଁ, ଶ୍ରୀ ଶରତ କୁମାର ପ୍ରଧାନ, ଶ୍ରୀ ଅର୍ପିତ କୁମାର ପଟ୍ଟନାୟକ, ଶ୍ରୀ ବିଜୟ କୁମାର ବାରିକଙ୍କ ସମେତ ବହୁ ପଦାଧିକାରୀ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୂକ୍ଷକ ଶ୍ରୀ ଜ୍ୟୋତିର୍ମୟୀ ଭୁକ୍ତାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବ୍ୟକ୍ତି ବିଶେଷଙ୍କୁ ବୃକ୍ଷ ମଧ୍ୟ ବଂଟନ କରାଯାଇଥିଲା। ପୂଜା ଉପଲକ୍ଷେ ପ୍ଲାଂଟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA