ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.) - ଗୁରୁବାର ଦିନ ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଲିଷ୍ଟ କ୍ୟାମ୍ପ) ର ଶୁଭ ଉଦଘାଟନ ଉପଖଣ୍ଡ ଡାକ୍ତରଖାନା ମାଥିଲି ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ନବରଙ୍ଗପୁର ସାଂସଦ ପ୍ରତିନିଧି ବନମାଳୀ ବରଜା ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ମାଥି ଲି-ଜୋନ-୧ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ରାଜ୍ୟ ଜନଜାତି ମୋର୍ଚ୍ଚା ସମ୍ପାଦକ ଜଳ ନ୍ଧର ନାୟକ, ଜିଲ୍ଲା ଉପସଭାପତି ସନ୍ତୋସିନୀ ପାତ୍ର ଉପସ୍ଥିତ ରହିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡା. ବସନ୍ତି କୁମାର ସାହୁ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହମଦ ଅଭିଦ ହୁସେନ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅକା ରୀ (ପରିବାର କଲ୍ୟାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୌଭାଗ୍ୟ ରଣଶିଙ୍ଗ(ମଶା ବହର୍କା), ଡ଼ା. ନୀଳମଣି ତିଲକଚାନ୍ଦ ବେହେରା (ଡି.ସି),ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଡ଼ା. ମୌସୁମୀ ମିଶ୍ର ଯୋଗଦେଇଥିଲେ। ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ ସୋରଜ କୁମାର ପାଣିଗ୍ରାହୀ ଓ ମହମ୍ମଦ ରାଫିକ ମଧ୍ୟ ଉପସ୍ଥିତ ରହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା. ବାସନ୍ତୀ ହଂସଦା, ମାନସିକ ରୋଗ ବିଶେଷଜ୍ଞ ଡା. ମହମଦ ଅଭିଦ ହୁସେନ, ଚର୍ମ ରୋଗ ବିଶେଷଜ୍ଞ . ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ମାଥ୍ଲି ଉପଖଣ୍ଡ ଡାକ୍ତରଖାନା ଶିଶୁରୋଗ ବିଶେଷଜ୍ଞ ଡା. ମାନସୀତା ରାଉତ, ଦାନ୍ତ ରୋଗ ବିଶେଷଜ୍ଞ ଡା. ସୌମିତା ସାମନୁ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ା. କେ. ଅଞ୍ଜଳି ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡା. ବସ କୁ ମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରରେ ସମୁଦାୟ ୨୨୮ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରଯାଇଥିଲା । ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ . ଅଭିଜିତ କୁମାର ଷଡଙ୍ଗୀ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧୂକାରୀ ଶ୍ରୀମତୀ ଆରତି ବିଶ୍ୱାଳ, ବ୍ଳକ ହିସାବ ପରିଚାଳକ . ପ୍ରଦୀପ୍ତ କୁମାର ନାୟକ, କନିଷ୍ଟ କିରାଣୀ ପ୍ର କାଶ ମହାନ୍ତି, ମାଥ୍ଲି ଉପଖଣ୍ଡ ଡାକ୍ତରଖାନା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟଅଧି କାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖଇରିପୁଟ ଅଧୀନ ପଡାଘାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଅଧୂନ ଏମ. ଭି- ୪୭ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ପ୍ରତ୍ୟେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ମଧ୍ୟ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ୍ୟ ସ୍ତରରେ ମହିଳା ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡିକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ ହେଲଥ ଟିମ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଯାଂଚ ଓ ପରୀକ୍ଷା କରି ସନ୍ଦେହ କରାଯାଇଥିବା ରୋଗୀଙ୍କୁ ନିକଟସ୍ଥ ପ୍ରାଥମିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପ୍ରେରଣ କରାଯିବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ