ନିର୍ବାଚନ ଆୟୋଗଙ୍କ ଉପରେ ରାହୁଲଙ୍କ ଅଭିଯୋଗ, ସ୍ୱତନ୍ତ୍ର ସଂସ୍ଥା ହେବା ପରେ ବି ନିଜ ଭୂମିକାକୁ ଭୁଲିଗଲେ
ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଥିତ ଭୋଟ୍ ଚୋରୀ ବିଷୟ ଉପରେ କହିଲେ ଯେ ସମ୍ବିଧାନ ବଂଚାଇବା ତାଙ୍କ(ବିରୋଧି ଦଳ ନେତା) ଦାୟୀ ନୁହଁନ୍ତି, ଏହା ଦେଶର ସଂସ୍ଥାନର କାମ ଅଟେ। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ନିଜେ ଏକ ସଂସ୍ଥାନ କିନ୍ତୁ ସେ ଭୋଟ୍ ଚୋରିରେ
ନିର୍ବାଚନ ଆୟୋଗଙ୍କ ଉପରେ ରାହୁଲଙ୍କ ଅଭିଯୋଗ, ସ୍ୱତନ୍ତ୍ର ସଂସ୍ଥା ହେବା ପରେ ବି ନିଜ ଭୂମିକାକୁ ଭୁଲିଗଲେ


ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଥିତ ଭୋଟ୍ ଚୋରୀ ବିଷୟ ଉପରେ କହିଲେ ଯେ ସମ୍ବିଧାନ ବଂଚାଇବା ତାଙ୍କ(ବିରୋଧି ଦଳ ନେତା) ଦାୟୀ ନୁହଁନ୍ତି, ଏହା ଦେଶର ସଂସ୍ଥାନର କାମ ଅଟେ। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ନିଜେ ଏକ ସଂସ୍ଥାନ କିନ୍ତୁ ସେ ଭୋଟ୍ ଚୋରିରେ ସାହାଯ୍ୟ କରୁଛି। ସେ ଦାବି କରିଛନ୍ତି ଯେ ଏବେ ଦେଶର ଲୋକ ଏହି ଚୋରି ବିରୋଧରେ ତାଙ୍କ ସହିତ ଆସୁଛି।

କଂଗ୍ରେସ ପାର୍ଟିର ନୂଆ ମୁଖ୍ୟାଳୟରେ ସେ ଏକ ମାସରେ ଦ୍ୱିତୀୟ ଥର(ପ୍ରଥମେ ୭ ଅଗଷ୍ଟ) ଗୁରୁବାର ଦିନ କଥିତ ଭୋଟ୍ ଚୋରି ବିଷୟ ଉପରେ ସମ୍ବାଦଦାତା ସମ୍ମିଳନୀ କରି କର୍ଣ୍ଣାଟକର ଆଲନ୍ଦ ବିଧାନସଭା କ୍ଷେତ୍ରରେ ୬,୦୧୮ ଭୋଟର୍‌ଙ୍କ ନାମ ହଟାଯିବା ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ଏହା ସମସ୍ତ ନାମ ସେହି ଜାଗାରେ ହଟାଯାଇଛି ଯେଉଁଠାରେ ୧୦ରୁ ୮ ଭୋଟର୍ କେନ୍ଦ୍ରରେ କଂଗ୍ରେସ ପାର୍ଟି ଏକତରଫା ବିଜୟ ଦର୍ଜ କରିଥିଲେ। ରାହୁଲ ଏହି ଘଟଣାକୁ ସୁନିୟୋଜିତ ଷଡ଼ଯନ୍ତ୍ର ନାମ ଦେଇ କହିଛନ୍ତି ଯେ ଏହି ଲୋକତନ୍ତ୍ର ଉପରେ ଆକ୍ରମଣ ଅଟେ।

ରାହୁଲ ଅଭିଯୋଗ ଲଗାଇଛନ୍ତି ଯେ ନିର୍ବାଚନ ଆୟେଗ ସ୍ୱୟଂ ଏହି କଥିତ ଭୋଟ୍ ଚୋରିରେ ସଂଲିପ୍ତ ଅଟେ, ଯାହା ଏକ ସ୍ୱତନ୍ତ୍ର ସଂସ୍ଥା ହେବା ପରେ ବି ନିଜ ଭୂମିକାରୁ ହଟିଯାଇଛି। ଏବେ ଦେଶର ଜନତା ତାଙ୍କ ସହିତ ଏହି ଅନ୍ୟାୟ ବିରୋଧରେ ଠିଆ ହୋଇଛି ଏବଂ ନିର୍ବାଚନ ଅଭିଯୋଗର ଲୋକ ତାଙ୍କୁ ଗୋପନୀୟ ସୂଚନା ଦେଉଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande