ଛତିଶଗଡର ସୁକମାରେ ଏନକାଉଂଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ମହିଳା ନକ୍ସଲ ନିହତ
ସୁକମା, ୧୮ ସେପ୍େଟମ୍ବର (ହି.ସ.)- ଗୁରୁବାର ଦିନ ଛତିଶଗଡ଼ର ସୁକମା ଜିଲ୍ଲାରେ ଏକ ଏନକାଉଂଟରରେ ସୁରକ୍ଷା ବାହିନୀ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଜଣେ ମହିଳା ନକ୍ସଲଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ ଏନକାଉଂଚର ସ୍ଥଳରୁ ଏକ .୩୧୫ ବୋର ରାଇଫଲ ଏବଂ ବିସ୍ଫୋରକ ସମେତ ବହୁ ପରିମାଣର ନକ୍ସଲ
ଛତିଶଗଡର ସୁକମାରେ ଏନକାଉଂଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ମହିଳା ନକ୍ସଲ ନିହତ


ସୁକମା, ୧୮ ସେପ୍େଟମ୍ବର (ହି.ସ.)- ଗୁରୁବାର ଦିନ ଛତିଶଗଡ଼ର ସୁକମା ଜିଲ୍ଲାରେ ଏକ ଏନକାଉଂଟରରେ ସୁରକ୍ଷା ବାହିନୀ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଜଣେ ମହିଳା ନକ୍ସଲଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ ଏନକାଉଂଚର ସ୍ଥଳରୁ ଏକ .୩୧୫ ବୋର ରାଇଫଲ ଏବଂ ବିସ୍ଫୋରକ ସମେତ ବହୁ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି। ସୁକମା ପୋଲିସ ଅଧିକ୍ଷକ ଏହା ନିଶ୍ଚିତ କରିଛନ୍ତି।

ସୁକମା ପୋଲିସ ଅଧିକ୍ଷକ କିରଣ ଚଭନ କହିଛନ୍ତି ଯେ ସୁକମା ଜିଲ୍ଲାର ଗାଦିରାସ ପୋଲିସ ଷ୍ଟେସନ ଅଧୀନରେ ଥିବା ପଶ୍ଚିମ ଅଂଚଳର ଜଙ୍ଗଲ ପାହାଡ଼ରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସୁରକ୍ଷା ବାହିନୀ ଆଜି ସକାଳେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଏହି ଅପରେସନ ସମୟରେ ନକ୍ସଲମାନେ ଡିଆରଜି କର୍ମଚାରୀଙ୍କ ସହ ସଂଘର୍ଷ କରିଥିଲେ। ଏନକାଉଂଟର ସ୍ଥଳର ସନ୍ଧାନ ସମୟରେ ଅସ୍ତ୍ରଶସ୍ତ୍ର ସହିତ ଜଣେ ମହିଳା ନକ୍ସଲଙ୍କ ମୃତଦେହ ମିଳିଥିଲା। ବିପୁଳ ପରିମାଣର ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଥିଲା।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande