ଗାନ୍ଧୀନଗର, ୧୮ ସେପ୍େଟମ୍ବର (ହିସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍େଟମ୍ବର ୨୦ ରେ ଗୁଜରାଟ ଗସ୍ତରେ ଯାଉଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଅହମ୍ମଦାବାଦ ଜିଲ୍ଲାର ଲୋଥାଲଠାରେ ନିର୍ମାଣାଧୀନ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ଏବଂ ଏପର୍ଯ୍ୟନ୍ତ ସମାପ୍ତ ହୋଇଥିବା କାର୍ଯ୍ୟ ଯାଂଚ କରିବେ। ଏକ ସମୀକ୍ଷା ବୈଠକରେ, ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ସହିତ ସାମଗ୍ରିକ ପ୍ରକଳ୍ପ ବିଷୟରେ ଆଲୋଚନା କରିବେ ଏବଂ ଲୋଥାଲରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ପ୍ରଗତି ବିଷୟରେ ବିସ୍ତୃତ ସୂଚନା ପାଇବେ। ରାଜ୍ୟ ସୂଚନା ବିଭାଗ ଏହା ନିଶ୍ଚିତ କରିଛି।
ରାଜ୍ୟ ସୂଚନା ବିଭାଗ ଗୁରୁବାର ଏକ ବିବୃତିରେ କହିଛି ଯେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ ଲୋଥାଲ ସିନ୍ଧୁ ଉପତ୍ୟକା ସଭ୍ୟତାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଏବଂ ଭାରତର ସାମୁଦ୍ରିକ ଶକ୍ତି ଏବଂ ସମୃଦ୍ଧିର ପ୍ରତୀକ ଥିଲା। ଭାରତର ଚମତ୍କାର ସାମୁଦ୍ରିକ ଐତିହ୍ୟ ପ୍ରଦର୍ଶନ କରୁଥିବା ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ, ଐତିହାସିକ ସିନ୍ଧୁ ଉପତ୍ୟକା ସଭ୍ୟତାର ସାକ୍ଷୀ ଲୋଥାଲରେ ରୂପ ନେଉଛି। ସେ ବ୍ୟାଖ୍ୟା କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପଂଚ ପ୍ରାଣ ନୀତି ମଧ୍ୟରୁ ଗୋଟିଏ ହେଉଛି ପ୍ରାଚୀନ ଐତିହ୍ୟ ଉପରେ ଗର୍ବ କରିବା ଏବଂ ଏହାକୁ ସଂରକ୍ଷଣ କରିବା, ଯାହା ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ନିର୍ମାଣ ମାଧ୍ୟମରେ ସାକାର ହେବାକୁ ଯାଉଛି।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ