ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଆମ ମାତୃଭାଷା ପରିଷଦର କନ୍ୟା ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀ ନଗର ସ୍ଥିତ ଗୁରୁ କୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଆସରକୁ ଉଦ୍ଘାଟନ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ପ୍ରାକ୍ତନ ଜିଲ୍ଲା ଆୟୁ ଚିକିତ୍ସାଧିକାରୀ ଡାକ୍ତର ଅନିଲ କୁମାର ଦାଶଙ୍କ ଲିଖିତ ପୁସ୍ତକ “ଗୀତିକବିତାର ଆଭିମୁଖ୍ୟ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଡ. ଗୋଲକ ବିହାରୀ ସାହୁ, ମୁଖ୍ୟବକ୍ତା ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର ଅରୁଣ କୁମାର ପାତ୍ର, ସମ୍ମାନିତ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ଶିକ୍ଷାବିତ୍ ଗୟାଧର ପଣ୍ଡା, ଉମେଶ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ସତ୍ୟ ସେଠୀ, ନାଟ୍ୟଶ୍ରୀ ନିର୍ମଳ ରାଉତ, ପାର୍ଥସାରଥି ମହାନ୍ତି ପ୍ରମୁଖ ଗୀତି କବିତା ହୃଦୟର ଭାବକୁ ଗୀତ ବା ସଙ୍ଗୀତରେ ଉପସ୍ଥାପନ କରିବାର ପ୍ରଣାଳି, ଯତିପାତ ଓ ସୁଲଳିତ ମାର୍ମିକ ସୁରରେ ମନକୁ ଛୁଇଁବାର ଲିଖନ ମାତ୍ର। ଗୀତି କବିତାର ପ୍ରକୃତ ସ୍ୱରୂପ ହେଲା ଏହା ପୁରାତନ କାଳରୁ ସଙ୍ଗୀତଧାରା ମାତ୍ର ଜୀବନଚର୍ଯ୍ୟାରେ ଗୀତି କବିତା ହୃଦୟ ଓ ମନର ସ୍ୱରୂପକୁ ପ୍ରତିପାଦନ କରେ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ତଥା ନ୍ୟାସନାଲ ହ୍ୟୁମାନ୍ ରାଇଟସ୍ ସଦସ୍ୟ ଶିକ୍ଷାବିତ୍ ଜଗନ୍ନାଥ ନାୟକ ଓ ପ୍ରାକ୍ତନ ଅଧ୍ୟକ୍ଷ ଅବନୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ବିପ୍ଳବ କୁମାର ହୋତା, ରମେଶ ଚନ୍ଦ୍ର ଦାସ, ଅରୁପାନନ୍ଦ ନାୟକ, ଅଂଶୁମାନ ସ୍ୱାଇଁ, କୈଳାସ ଦାସ, ସୁବାସ ଚନ୍ଦ୍ର ବଳ, ଶଶାଙ୍କ ଶେଖର ପଣ୍ଡା, ବଳରାମ ପାଢୀ, ସନ୍ତୋଷ କୁମାର ମିଶ୍ର, ଉପେନ୍ଦ୍ର କୁମାର ବାରିକ, ପିତାମ୍ବର ଦାଶ, ଦୀପ୍ତିମୟୀ ସାହୁ, ନାରାୟଣ ଚନ୍ଦ୍ର ପାଢ଼ୀ, ସୁଶ୍ରୀ ସଙ୍ଗିତା ମହାପାତ୍ର, ବିଜୟ କୁମାର ବହଳୀ, ହରିଶଚନ୍ଦ୍ର ଦାସ, ସରୋଜିନୀ ନାୟକ, ସୁରେଶ କୁମାର ସାହୁ, ନରେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ବହୁକବି ସ୍ୱରଚିତ କବିତା ପାଠ କରିଥିଲେ। ବେଦ ପାଠ, ପ୍ରାରମ୍ଭିକ ଭଜନ ଓ ସମ୍ପାଦକୀୟ ପାଠ ସହସମ୍ପାଦିକା ମମତା ରାଣୀ ଦାଶ ମିଶ୍ର, ମଂଚ ଆହ୍ୱାନ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ମଂଚ ପରିଚାଳନା ଇଂ. ଦେବୀ କିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ ଓ ଶେଷରେ ବୈକୁଣ୍ଠନାଥ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ