ଚମ୍ପୁଆ, ୧୮ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ବନ ବିଭାଗ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଚମ୍ପୁଆ ବନାଂଚଳ ଅଧିନରେ ଥିବା ୫୩ ଗୋଟି ପଂଚାୟତକୁ ବନ ବିଭାଗ ପକ୍ଷରୁ ୨୯ ହଜାର ୧୫୦ଟି ଚାରା ବଂଟନ କରଯାଇଥିଲା। ଚମ୍ପୁଆ ବନାଂଚଳ ଅଧିକାରୀ ଅକ୍ଷୟ ଛତ୍ରୀଆ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ନିକଲସନ ବନ ବିଦ୍ୟାଳୟର ଡିସିଏଫ୍ ରାମଚନ୍ଦ୍ର ମୁର୍ମୁ, ଏସିଏଫ ରବିନ କିସ୍କୁ , ଓକିଲ ସଂଘ ସଭାପତି ରମେଶ ପ୍ରଧାନ, ବିଜେଡି ବ୍ଲକ ସଭାପତି ଗଣେଶ ଖିଲାର, ନିକଲସନ ବନ ବିଦ୍ୟାଳୟର ପ୍ରଶିକ୍ଷଣ ନେଉଥିବା ସମସ୍ତ ପ୍ରଶିକ୍ଷାର୍ôଥ, ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟା , ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ମେଗା ବୃକ୍ଷ ରୋପଣରେ ଚମ୍ପୁଆ ବନବିଭାଗ ପକ୍ଷରୁ ଚମ୍ପୁଆ ବୈତରଣୀ ପୁର୍ବ ସଂରକ୍ଷିତ ଜଙ୍ଗଲ ମୁକୁନ୍ଦପୁର ଠାରେ ଏକ ହଜାର ବୃକ୍ଷ ଚାରା, ବାଲିବନ୍ଧ ସେକ୍ସନ ଚମକପୁର ସଂରକ୍ଷିତ ଜଙ୍ଗଲ ରେ ଏକ ହଜାର ଚାରା ଓ ବାମେବାରୀ ସେକ୍ସନର ପୀଢପୋଖରୀ ସଂରକ୍ଷିତ ଜଙ୍ଗଲରେ ତିନି ହଜାର ମିଶି ମୋଟ ପାଂଚହଜାର ଚାରାରୋପଣ କରାଯାଇଥିଲା । ଚମ୍ପୁଆ ବନପାଳ ଜ୍ୟୋତିରୂପା ପାଣି, ଉଖୁଣ୍ଡା ବନପାଳ ପ୍ରଦୀପ ବାରିକ, ବନରକ୍ଷୀ ନିରୁପମା ମହାକୁଡ, ସାଗରିକା ବେଜ, ତପସ୍ୱିନୀ ନାୟକଙ୍କ ସହ ବନ ବିଭାଗ ରେ କାର?୍ୟ୍ୟରତ ସ୍କ୍ୱାର୍ଡ ପ୍ରମୂଖ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta