ବଲାଙ୍ଗିର, 18 ସେପ୍ଟେମ୍ବର (ହି.ସ.)
ବଲାଙ୍ଗିର ବିଜୁ ମହିଳା ଜନତା ଦଳ ତରଫ ରୁ ଓଡିଶାର ମହିଳା ମାନଙ୍କ ବିରୁଦ୍ଧ ରେ ସମ୍ପ୍ରତି ଘଟୁଥିବା ନିର୍ଯାତନା ଅପରାଧ ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତ ପ୍ରତ ଦୃଷ୍ଟି ଏବଂ ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ବିରୋଧିଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ବଲାଙ୍ଗିର ର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାବ୍ଯାପି ବିଜେଡିର ଶତାଧିକ ମହିଳା କର୍ମକର୍ତ୍ତା ମହିଳା ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି ବାଗ ଙ୍କ ନେତୃତ୍ବ ରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଯାଇ ଆରକ୍ଷୀ ଅଧିକ୍ଷକ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦାବୀ ପତ୍ର ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀ ରେ ମହିଳା ସଭାନେତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ନିବେଦନ କରିଥିବାବେଳେ ନଚେତ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ଚେତାବନି ଦେଇଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ପୌରାଧ୍ୟକ୍ଷା ଲିକା ସାହୁ ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ , କଣ୍ଟାବାଞ୍ଜି ର ନେତ୍ରୀ ନିରୁପମା ମାଝୀ , ଟିଟିଲାଗଡ ର ଗିତା ବିଶୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ , ପୌରପରିଷଦ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ସମେତ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ଯା କାଉନସିଲର ସଭ୍ଯା ସରପଞ୍ଚ ସମିତି ସଭ୍ଯା ଓ ଜିଲ୍ଲା ମହିଳା ବିଜୁ ଜନତା ଦଳର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ