ବିଧାନସଭାର ମୋସୁମୀ ଅଧିବେଶନ ଆରମ୍ଭ
ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ଦିନକ ପାଇଁ ସ୍ଥଗିତ ଭୁବନେଶ୍ୱର. 18 ସେପ୍ଟେମ୍ବର (ହି.ସ.) ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଦିବଙ୍ଗତ ହୋଇ ଯାଇଥିବା ଚଳିତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଂଜଳି
ବିଧାନସଭାର ମୋସୁମୀ ଅଧିବେଶନ ଆରମ୍ଭ


ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ଦିନକ ପାଇଁ ସ୍ଥଗିତ

ଭୁବନେଶ୍ୱର. 18 ସେପ୍ଟେମ୍ବର (ହି.ସ.) ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଦିବଙ୍ଗତ ହୋଇ ଯାଇଥିବା ଚଳିତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଶୋକ ପ୍ରକାଶ ପାରିତ କରାଯାଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଶୋକ ପ୍ରସ୍ତାବ ପାରିତ ହେବା ପରେ ଦିବଙ୍ଗତ ମାନଙ୍କୁ ସମ୍ମାନ ଜଣାଇବାକୁ ଗୃହ କାର୍ଯ୍ୟକୁ ଦିନକ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ ।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପୂର୍ବାହ୍ନ ୧୧ଟାରେ ଗୃହରେ ଅଧ୍ୟକ୍ଷତା କରିବାକୁ ବାଚସ୍ପତି ସୁରମା ପାଢ଼ୀ ପହଞ୍ଚିଵା ପରେ ରାଜ୍ୟ ସଶସ୍ତ୍ରପୋଲିସବାହିନୀ ପକ୍ଷରୁ ପୋଲିସ ବାଦ୍ୟ ଧୁନରେ ଅଭିବାଦନ ଦିଆଯିବା ପରେ ଗୃହ ଭିତରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହା ପରେ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଗୃହର ଆସୀନ ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ରାଷ୍ଟ୍ର ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ ଭଞ୍ଜ, ମହମ୍ମଦ ରଫିକ ପ୍ରମୁଖ ପୂର୍ବତନ ସଦସ୍ୟ ଓ ଓଡିଶା ପୋଲିସ ଏବଂ ଆଇ ଆର ବାଟାଲିୟନର ଦିବଂଗତ ସଦସ୍ୟ ମାନଙ୍କ ଗୁଣାବଳୀ ବର୍ଣ୍ଣନା କରି ଶୋକ ବ୍ୟକ୍ତ କରିଥିଲେ। ଗୃହର ଶ୍ରଦ୍ଧାଞ୍ଜଳି ଜଣାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହ ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ମୁଖ୍ୟ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଶୋକପ୍ରସ୍ତାବକୁ ସମର୍ଥନ କରିବା ସହ ସମ୍ପୃକ୍ତ ପରିବାର ପ୍ରତି ସମବେଦନା ଗୃହ ମାଧ୍ୟମରେ ଜଣାଇ ଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ଶୋକ ପ୍ରସ୍ତାବ ରେ ଅଂଶ ଗ୍ରହଣ କରି ଦିବଂଗତ ସଦସ୍ୟ ମାନଙ୍କ ଜୀବନ କାଳରେ କରିଥିବା ଭଲ କାମଗୁଡିକର ସ୍ମୃତି ଚାରଣ କରିଥିଲେ। ଗୃହର ଶ୍ରଦ୍ଧାଞ୍ଜଳି ଶୋକ ସନ୍ତପ୍ତ ପରିବାରକୁ ଜଣାଇଦିଆଯିବ ବୋଲି ବାଚସ୍ପତି କହିଥିଲେ। ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଦିବଙ୍ଗତ ମାନଙ୍କୁ ସମ୍ମାନ ଜଣାଇବାକୁ ଗୃହ କାର୍ଯ୍ୟକୁ ଦିନକ ପାଇଁ ଗୃହକୁ ସ୍ଥଗିତ ରହିଲା ବୋଲି ବାଚସ୍ପତି ଘୋଷଣା କରିଥିଲେ । ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande