ହରିଚନ୍ଦନପୁର, ତା ୧୮ ସେପ୍ଟେମ୍ବର (ହି.ସ.) ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ବ୍ରାହ୍ମଣୀପାଳ ଏବଂ ଟାଟା ଷ୍ଟିଲ୍ ଫେରୋ ଆଲେଏଜ୍(ଏଫଏପି) ବ୍ରାହ୍ମଣୀପାଳ ମିଳିତ ଭାବେ ବୁଧବାର ଦିନ ଏକ ଚାରା ରୋପଣ ଅଭିଯାନର ଆୟୋଜନ କରିଥିଲେ । ରାସୋଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆସାହି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଏବଂ ସ୍ଥାନୀୟ ଅଞ୍ଚଳର ସଦସ୍ୟମାନେ ଜଙ୍ଗଲ ଏବଂ ଫଳଦାୟକ ଶ୍ରେଣୀର ୧୧୬ଟି ଚାରା ରୋପଣ କରିଥିଲେ । ଟାଟା ଷ୍ଟିଲ୍ ଏଫଏପି ବ୍ରାହ୍ମଣୀପାଳର ପ୍ଲାଣ୍ଟ୍ ହେଡ୍ ଶ୍ରୀ ଆଦର୍ଶ ଅଗରୱାଲ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପେଡ଼ ମା କେ ନାମ ଅଭିଯାନ ବିଷୟରେ ସେ ନିଜର ବକ୍ତବ୍ୟ ରଖିବା ସହିତ ଚାରାରୋପଣ କରିଥିଲେ । ଏହି ଚାରା ରୋପଣ ଅଭିଯାନରେ ଟାଟା ଷ୍ଟିଲ୍ ଏଫଏପିର ଅମିତ ଦତ୍ତ, ଆଶୀଷ ଶତପଥୀ ଏବଂ ବିରଞ୍ଚି ନାରାୟଣ ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ