ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ସର୍କଲ ସି.ଏସ୍.ଆର୍ ତରଫରୁ ସ୍ବେଚ୍ଛାକୃତ ସେବା ସପ୍ତାହ ଅବସରରେ
ପର୍ଯ୍ୟଟନ ସ୍ଥାନମାନଙ୍କର ସୌନ୍ଦର୍ଯ୍ୟକରଣ ଅଭିବୃଦ୍ଧି ନିମନ୍ତେ ସଫେଇ କାର୍ଯ୍ୟକ୍ରମ ଅଭିଯାନ। ଏହି ଅଭିଯାନରେ ଜୟପୁର -କୋରାପୁଟ ଘାଟି ରାସ୍ତେରେ ଥିବା ୱାଚ୍ ଟାୱାର୍ ର ଚତୁଃପାର୍ଶ୍ବ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ସି.ଏସ୍.ଆରର ଅଧିକାରୀ ଶ୍ରୀଯୁକ୍ତ ରନ୍ଧିର କୁମାର ଓ ସୋମ ମୋହାପ୍ରସାଦଙ୍କ ତତ୍ତ୍ବାବଧାନରେ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧିକାରୀମାନେ ଥିଲେ ଜୟପୁର ସର୍କଲ ହେଡ୍ ମନ୍ମଥ ନାଥ ମୀଶ୍ର, ଟି.ତପନ ରଶ୍ମି ସୁବୁଦ୍ଧି,
ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ, ବିଶ୍ବଜିତ୍ ମେଣ୍ଡୁଳି, ସନ୍ଧିପ୍ କୁମାର ପଟ୍ଟନାୟକ, ସପ୍ତର୍ସି ମଣ୍ଡଳ, ବିଚିତ୍ର କୁମାର ବେହେରା, ବେଦ ପ୍ରକାଶ, ରନ୍ଧିର ସିଂ, ସନ୍ତୋଷ କୁମାର ପୃଷ୍ଟି, ରାକେସ ତ୍ରିପାଠି, ରଶ୍ମି ରଞ୍ଜନ ସାହୁ, ରାଜ୍ କୁମର, ହିମାଂଶୁ ନାୟକ, ରାକେସ ରାଉଳ, ଗୁପ୍ତେଶ୍ବର ଖେତି, ସୁଚନ୍ଦନ ନାୟକ, ନିତିନି ଶାନ୍ତି ଓ ଅନ୍ୟ ଅଧିକାରି ମାନେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଜୟପୁର ସର୍କଲ୍ ସି.ଏସ୍ ଆର୍ ର ମୁଖପାତ୍ର ଇଂ .ସୌମ୍ୟ ରଞ୍ଜନ ଲେଙ୍କା ।
ହିନ୍ଦୁସ୍ଥାନ ସମାଚାର / ପିକେପି