ଧର୍ମଶାଳା, ୧୮ସେପ୍ଟେମ୍ବର ( ହି.ସ. ): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଓଡଙ୍ଗ ଗ୍ରାମରେ ଏକ ଦୋକାନରୁ ଚୋରୀ ଅଭିଯୋଗରେ ପୁଲିସ ୨ ଜଣ ଚୋରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଦୁଇ ଚୋର ସମ୍ପର୍କରେ ଦୁଇ ଭାଇ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୧୧ ତାରିଖ ରାତିରେ ଓଡ଼ଙ୍ଗ ଛକରେ ଥିବା ସେହି ଗ୍ରାମର ଦୀପ୍ତିରଞ୍ଜନ ଦାସଙ୍କ ଦୋକାନର ଘରେ ପଶି ଦୁଇ ଭାଇ ନଗଦ ୫୦ ହଜାର ଟଙ୍କା ସମେତ ବହୁ ସାମଗ୍ରୀ ଚୋରି କରିନେଇଥିଲେ । ଏନେଇ ଦୋକାନ ମାଲିକ ଶ୍ରୀ ଦାସ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫୭୧/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ତଦନ୍ତରେ ଏହି ଥାନା ପଦମପୁର ଅଂଳର ସତ୍ୟାନନ୍ଦ ଖୁଁଟିଆଙ୍କ ଦୁଇ ପୁଅ ରାହୁଲ ଖୁଁଟିଆ ଓ ସୁବ୍ରତ ଖୁଁଟିଆ ସମ୍ପୃକ୍ତ ଥିବା ଜଣାପଡିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା । ପଚରା ଉଚରା ପରେ ସେ ଚୋରୀ କରିଥିବା ମାନିବା ସହ ଚୋରୀ ହୋଇଥିବା ସାମଗ୍ରୀ ଓ ୨୭ ହଜାର ଟଙ୍କା ତାଙ୍କ ନିକଟରୁ ପୁଲିସ ଜବତ କରିଛି । ପୁଲିସ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ରଞ୍ଜନ କୁମାର ମାଝୀ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ