ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ସ୍ଵାଧୀନତା
ସଂଗ୍ରାମୀ ସ୍ଵର୍ଗତ ସାରଙ୍ଗଧର ଦାସଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାରେ
ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର, ମହାନ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ସାରଙ୍ଗଧର ଦାସଙ୍କ
ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ପ୍ରଜାମଣ୍ଡଳ ଆନ୍ଦୋଳନକୁ ରାଜ୍ୟରେ ବ୍ୟାପକ କରିବାରେ
ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା