ନୂଆଦିଲ୍ଲୀ, 18 ସେପ୍ଟେମ୍ବର (ହି.ସ.)
- ଲୋକସଭାରେ ବିରୋଧୀ
ଦଳ ନେତା ରାହୁଲ ଗାନ୍ଧୀ ଏକ ପତ୍ର ଲେଖି ବନ୍ୟ ପୀଡିତ ପଞ୍ଜାବ ସଂପର୍କରେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ଘୋଷିତ ୧,୬୦୦ କୋଟି ଟଙ୍କାର ପ୍ରାରମ୍ଭିକ ଧନରାଶି ବନ୍ୟା କ୍ଷୟକ୍ଷତି ପାଇଁ
ଅପର୍ଯ୍ୟାପ୍ତ।
ରାହୁଲ ଗାନ୍ଧୀ ତାଙ୍କ
ପତ୍ରରେ ଲେଖିଛନ୍ତି ଯେ, ବନ୍ୟା ଫଳରେ ପ୍ରାୟ ୪ ଲକ୍ଷ ଏକର ଧାନ ଚାଷ ନଷ୍ଟ ହୋଇଛି ଓ ୧୦ ଲକ୍ଷରୁ ଅଧିକ ପଶୁର ମୃତ୍ୟୁ
ଘଟିଛି। ଲକ୍ଷାଧିକ ଲୋକ, ବିଶେଷକରି ସମାଜର ପଛୁଆ ବର୍ଗର ଲୋକମାନେ, ଘରହିୀ ହୋଇପଡ଼ିଛନ୍ତି। ହଜାର ହଜାର ଏକର ଜମି ଏପର୍ଯ୍ୟନ୍ତ ପାଣି ଭିତରେ
ଅଛି ଓ ଗ୍ରାମଗୁଡିକ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି।
ରାହୁଲ ଗାନ୍ଧୀ କହିଛନ୍ତି
ଯେ,
ତାଙ୍କ ଗସ୍ତ ସମୟରେ ସେ ପ୍ରଭାବିତ ଲୋକଙ୍କ ଦୁଃଖ ନିକଟରୁ
ଦେଖିଛନ୍ତି। ସଂକଟର ଏହି ସମୟରେ ପଞ୍ଜାବର ଲୋକମାନେ ପରସ୍ପର ସହଯୋଗ ଓ ମାନବୀୟତାର ଦୃଷ୍ଟାନ୍ତ
ସ୍ଥାପନ କରିଛନ୍ତି। ଲୋକମାନେ ତାଙ୍କର ଘର ଅଜଣା ଲୋକଙ୍କ ପାଇଁ ଖୋଲିଦେଉଛନ୍ତି ଓ ସେମାନଙ୍କର
ସୀମିତ ସଂଶାଧନ ଦ୍ୱାରା ସାହାଯ୍ୟ କରୁଛନ୍ତି।
କାଂଗ୍ରେସ ନେତା କହିଛନ୍ତି
ଯେ ବନ୍ୟା ଯୋଗୁ ପଞ୍ଜାବରେ ଅତି କମରେ ୨୦,୦୦୦ କୋଟି ଟଙ୍କାର କ୍ଷତି ହୋଇଛି ଓ ଏହି ସଂକଟ ସହ ବଞ୍ଚିବା ପାଇଁ
କେନ୍ଦ୍ର ସରକାର “ବୋଲ୍ଡର
ରେସ୍ପନ୍ସ”
— ଅର୍ଥାତ ଅଧିକ ଠୋସ ଏବଂ ଦୃଢ଼ ପଦକ୍ଷେପ ଗ୍ରହଣ
କରିବା ଆବଶ୍ୟକ ବୋଲି ଆହ୍ୱାନ କରିଛନ୍ତି। ସେ ସରକାର ନିକଟରୁ କ୍ଷତିର ତ୍ୱରିତ ମୂଲ୍ୟାଙ୍କନ
କରାଯିବା ଏବଂ ଏକ ବ୍ୟାପକ ରିଲିଫ ପ୍ୟାକେଜ ଘୋଷଣା କରିବା ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା