ଚମୋଲିରେ ପ୍ରବଳ ବର୍ଷା ଯୋଗୁ ବଡଧରଣର କ୍ଷୟକ୍ଷତି, 10 ନିଖୋଜ, ଡେରାଡୁନରେ 21 ଛୁଇଁଲା ମୃତକଙ୍କ ସଂଖ୍ୟା
ଡେରାଡୁନ, 18 ସେପ୍ଟେମ୍ବର (ହି.ସ.)- ଉତ୍ତରାଖଣ୍ଡରେ ବୁଧବାର ରାତିଠାରୁ ଲଗାତାର ବର୍ଷା ଭୟାନକ ରୂପ ଧାରଣ କରିଛି। ଚମୋଲି ଜିଲ୍ଲାର ଘାଟ ନନ୍ଦାନଗର ତହସିଲରେ ଅତିବୃଷ୍ଟି କାରଣରୁ ୧୦ ଜଣ ଲୋକ ନିଖୋଜ ହେବାର ସୂଚନା ମିଳିଛି। ଖବର ଅନୁଯାୟୀ, କୁନ୍ତରୀ ଲଗା ଫାଳୀ ଟୋକରୁ ୮ ଓ ଧୁର୍ମାର
ଚମୋଲିରେ ପ୍ରବଳ ବର୍ଷା     ଯୋଗୁ ବଡଧରଣର କ୍ଷୟକ୍ଷତି, 10 ନିଖୋଜ, ଡେରାଡୁନରେ 21 ଛୁଇଁଲା ମୃତକଙ୍କ ସଂଖ୍ୟା


ଡେରାଡୁନ, 18 ସେପ୍ଟେମ୍ବର (ହି.ସ.)- ଉତ୍ତରାଖଣ୍ଡରେ

ବୁଧବାର ରାତିଠାରୁ ଲଗାତାର ବର୍ଷା ଭୟାନକ ରୂପ ଧାରଣ କରିଛି। ଚମୋଲି ଜିଲ୍ଲାର ଘାଟ ନନ୍ଦାନଗର

ତହସିଲରେ ଅତିବୃଷ୍ଟି କାରଣରୁ ୧୦ ଜଣ ଲୋକ ନିଖୋଜ ହେବାର ସୂଚନା ମିଳିଛି। ଖବର ଅନୁଯାୟୀ, କୁନ୍ତରୀ ଲଗା ଫାଳୀ ଟୋକରୁ ୮ ଓ ଧୁର୍ମାରୁ ୨ ଜଣ ନିଖୋଜ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଦୁଃଖଦ ଘଟଣା ପ୍ରତି ଦୁଃଖ ପ୍ରକାଶ କରିଥିବା ସହ, ରିଲିଫ ଓ ରେସକ୍ୟୁ କାର୍ଯ୍ୟକୁ ତ୍ୱରିତ ଗତିରେ କରିବାକୁ ନିର୍ଦ୍ଦେଶ

ଦେଇଛନ୍ତି। ଏହା ସହିତ ଡେରାଡୁନ୍, ଟେହରି ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଧନଜୀବନ ହାନିର ସୂଚନା

ମିଳିଛି। ରାସ୍ତା ମାର୍ଗ ଅନେକ ସ୍ଥାନରେ ବନ୍ଦ ହୋଇଯାଇଛି।

ଡେରାଡୁନ ଜିଲ୍ଲାରେ

ସୋମବାର ରାତିଠାରୁ ଲଗାତାର ବର୍ଷା ଜାରି ରହିଛି । ବୁଧବାର ବିଳମ୍ବିତ ରାତିରେ ରାଜ୍ୟ ବିପର୍ଯ୍ୟୟ

ପ୍ରାଧିକରଣ ସୂଚନା ଦେଇଛି ଯେ, ରିଲିଫ ଓ ରେସକ୍ୟୁ ଦଳ ଚାରୋଟି ଅଜ୍ଞାତ

ମୃତଦେହ ଉଦ୍ଧାର କରିଛି। ସେଗୁଡିକ ମଧ୍ୟରୁ ଗୋଟିଏ ସୌଡାରେ, ଗୋଟିଏ ଗୁଲରଘାଟିରେ, ଗୋଟିଏ ବିକାଶନଗରରେ ଓ ଅନ୍ୟ ଗୋଟିଏ ଅଞ୍ଚଳରୁ ମିଳିଛି। ଏହିପରି

ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୨୧ ଜଣରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୭ ଜଣ ଲୋକ ନିଖୋଜ ଅଛନ୍ତି।

ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌

ଓ ଜିଲ୍ଲା ପ୍ରଶାସନର ଦଳଗୁଡିକ ଲଗାତାର ରିଲିଫ ଓ ରେସକ୍ୟୁ କାର୍ଯ୍ୟ ଜାରି ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande