ରେଙ୍ଗାଲି ଡ୍ୟାମରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗୋଟିଏ ଗେଟ ଖୋଲାଗଲା
ଧର୍ମଶାଳା, ୧୮ସେପ୍ଟେମ୍ବର ( ହି.ସ. ): ଯାଜପୁର ଜିଲା ଧର୍ମଶାଳା ସମେତ ବିଭିନ୍ନ ଅଂଚଳରେ ଗତ ଦୁଇ ଦିନ ହେଲା ବର୍ଷା କମିଥିବା ବେଳେ ଏବେ ବ୍ରାହ୍ମଣୀ ରେ ଚତୁର୍ଥ ବନ୍ୟା ଆସିଛି । ଗତ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେଲା ରେଙ୍ଗାଲି ଡ୍ୟାମର ଗେଟ ବନ୍ଦ ରହିବା ଫଳରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇ ୨୩.୫୧ ମିଟର
ରେଙ୍ଗାଲି ଡ୍ୟାମରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗୋଟିଏ ଗେଟ ଖୋଲାଗଲା


ଧର୍ମଶାଳା, ୧୮ସେପ୍ଟେମ୍ବର ( ହି.ସ. ): ଯାଜପୁର ଜିଲା ଧର୍ମଶାଳା ସମେତ ବିଭିନ୍ନ ଅଂଚଳରେ ଗତ ଦୁଇ ଦିନ ହେଲା ବର୍ଷା କମିଥିବା ବେଳେ ଏବେ ବ୍ରାହ୍ମଣୀ ରେ ଚତୁର୍ଥ ବନ୍ୟା ଆସିଛି । ଗତ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେଲା ରେଙ୍ଗାଲି ଡ୍ୟାମର ଗେଟ ବନ୍ଦ ରହିବା ଫଳରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇ ୨୩.୫୧ ମିଟରରେ ପହଁଚିଥିଲା । ଡ୍ୟାମର ଜଳଧାରଣ କ୍ଷମତା ୨୩.୫୦ ରହିଥିବା ବେଳେ ଗତକାଲି ସୁଦ୍ଧା ଏକ ପଏଂଟ ବୃଦ୍ଧି ପାଇ ୨୩.୫୧ ମିଟରରେ ରହିଥିଲା । ତେବେ ଗତ ବର୍ଷ ଏହି ସମୟରେ ଡ୍ୟାମରେ ୧୨୧.୮୫ ମିଟର ଜଳସ୍ତର ରହିଥିଲା । ଡ୍ୟାମରେ ଜଳସ୍ତର ବୃଦ୍ଦି ପାଉଥିବା ଦେଖି କତୃପକ୍ଷ ଆଜି ସକାଳୁ ଗୋଟିଏ ଗେଟ ଖୋଲିଥିବା ଜଣାପଡିଛି । ଫଳରେ ଡ୍ୟାମର ଜଳପତନ କିଛିଟା କମିଯାଇ ଆଜି ୨୩.୪୧ ମିଟର ରହିଥିବା ବିଭାଗୀୟ ୱେବସାଇଟରୁ ଜଣାପଡିଛି । ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବା ବେଳେ କଣ ପାଇଁ ବିଭଗୀୟ କତୃପକ୍ଷ ଏତେ ବିଳମ୍ବରେ ଡ୍ୟାମର ଗେଟ ଖୋଲିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ଲଘୁଚାପ ଆସିବାର ସମ୍ଭାବନା ରହିଥିବା ବେଳେ ଅତିକମରେ ଡ୍ୟାମର ୨ ଗୋଟି ଗେଟ ଖୋଲି ଜଳ ନିଷ୍କାସନ କରିବା ଜରୁରି ହୋଇପଡିଛି । ଏଥିପ୍ରତି ଡ୍ୟାମ କତୃପକ୍ଷ ଦୃଷ୍ଟି ଦେଇ ଆଉ ଗୋଟିଏ ଗେଟ ଖୋଲିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande