ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିଶୁ ଗୃହର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କ ବାର୍ଷିକ ଉତ୍ସବ ମହକ’ ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ସଂସ୍କୃତି ଭବନ ଠାରେ ଉଦଯାପିତ ହୋଇଥିଲା। ଏହି ଉତ୍ସବ ମହକ’ ପାଳନର ଉଦ୍ଯାପନୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଶଙ୍କର୍ଷଣ ପଣ୍ଡା, ଅଧ୍ୟକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା କମିଟି, ସୁବର୍ଣ୍ଣପୁର, ଡେପୁଟି ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଶ୍ରୀମତି ରେଣୁକା ସୁନା, କାର୍ଯ୍ୟକ୍ରମ ଅଧିକରୀ, ଶ୍ରୀମତି ବାସନ୍ତୀ ଭୋଇ, ଜିଲ୍ଲା ପଂଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାଶ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ମହକ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଉତ୍କଳ ବାଳାଶ୍ରମ ସୋନପୁର ଓ ଭୀମଭୋଇ ଶିଶୁ ସଦନ, ବିଶେଶ୍ୱର ପାଲି, ଲଛିପୁରର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହକ’ ଉତ୍ସବ ଉଦଯାପନୀ ଅବସରରେ ମୁଖ୍ୟଅତିଥି ଓ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ଶାନ୍ତନୁ କର୍ଣ୍ଣ, ଶ୍ରୀ ହେମନ୍ତ କୁମାର ସା, ଶିଶୁ ସହାୟତା ହେଲ୍ପ ଲାଇନ ସଂଯୋଜକ ଶ୍ରୀ ସୁଜିତ୍ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଉଦଯାପନୀ ଉତ୍ସବ ଶ୍ରୀ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବ ମହକ ଉତ୍ସବ ଗତ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା। ଗତକାଲି ସୁବର୍ଣ୍ଣପୁର ସ୍ଥିତ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଉତ୍କଳ ବାଳାଶ୍ରମ ସୋନପୁର ଓ ଭୀମ ଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ଲଛିପୁରର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଚିତରଞ୍ଜନ ମିଶ୍ର ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ। କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବାପରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଚିତରଞ୍ଜନ ମିଶ୍ର ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଆଜିର ଏହି ମହକ ଉତ୍ସବ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟରେ ଉଭୟ ଉତ୍କଳ ବାଳାଶ୍ରମ ସୋନପୁର ଓ ଭୀମ ଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ଲଛିପୁରର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ବ୍ରତାନନ୍ଦ ଭୋଇ ଓ ଶ୍ରୀ ଗିରିଶ ଚନ୍ଦ୍ର ତ୍ରିପାଠୀ ବିଚାରକ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ସୁଶ୍ରୀ ଯମୁନା ପ୍ରଧାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ