ସମସ୍ତ ବର୍ଗଙ୍କୁ ଆର୍ôଥକ ସଶକ୍ତ କରିବ ନୂତନ ଜିଏସ୍‌ଟି ସୁଧାର : ତରୁଣ ଚୁଗ୍‌
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଠ ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍‌ଟି ସୁଧାର” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧା
ସମସ୍ତ ବର୍ଗଙ୍କୁ ଆର୍ôଥକ ସଶକ୍ତ କରିବ ନୂତନ ଜିଏସ୍‌ଟି ସୁଧାର : ତରୁଣ ଚୁଗ୍‌


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଠ ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍‌ଟି ସୁଧାର” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ ଅଟେ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଜିଏସଟି ପ୍ରଚାର କମିଟିର ସହ ସଂଯୋଜକ ଶ୍ରୀ ତରୁଣ ଚୁଗ୍ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଟାରେ ଅନୁଷ୍ଠିତ ଜିଏସଟି ସୁଧାର ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଚୁଗ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ôଥକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍‌ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ôଥକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ । ମୋଦି ସରକାରଙ୍କର ଜିଏସ୍‌ଟି ୨.୦ ସୁଧାର ଦ୍ୱାରା ଓଡିଶାର ଡବଲ ଇଞ୍ଜିନ ସରକାରକୁ ନୂତନ ଗତି ମିଳିବ । ୧୨ ପ୍ରତିଶତ ହାରରେ ଥିବା ଜିଏସ୍‌?ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦାମ କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ବହୁତ କମ୍ପାନୀ ପୂର୍ବରୁ ଦାମ କମେଇବାକୁ ଘୋଷଣା କରିଛନ୍ତି, ଯାହାରୁ ସାଧାରଣ ଲୋକମାନେ ତତ୍‌କ୍ଷଣାତ୍ ଲାଭ ଉଠାଇପାରିବେ ।

ଏହି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ ଓ ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍‌?ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି କ୍ୟାନ୍ସର ସହିତ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍‌ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ଡବଲ ଇଞ୍ଜିନର ସରକାର ଲାଭ ପାଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡିଶାରେ ନୂତନ ଗତି ସହ ବିକାଶକୁ ଅଗ୍ରଗାମୀ କରାଇଛନ୍ତି । ଜିଏସ୍‌ଟିର ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ । ଓଡିଶାରେ କେନ୍ଦୁପତ୍ର ଉପରେ ୧୮ପ୍ରତିଶତରୁ ୫ପ୍ରତିଶତ ଜିଏସ୍‌ଟି ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଏହି ଜିଏସ୍‌?ଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ । ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ରେ ତ୍ୱରିତ ବେଗରେ ଅଗ୍ରସର ହେବ । ମୋଦି ସରକାରର ପ୍ରତ୍ୟେକ ନିଷ୍ପତିରେ ଲୋକକଲ୍ୟାଣ ସବୁବେଳେ କେନ୍ଦ୍ର ସ୍ଥାନରେ ରହିଛି । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଟର ଆବାହକ ସୁଦର୍ଶନ ନାୟକଙ୍କ ପୌରହିତ୍ୟରେ ଏହି ଆଲୋଚନାଚକ୍ରରେ ବିଜେପି ରାଜ୍ୟ ଉପସଭାପତି ତଥା ରାଜ୍ୟ ଜିଏସ୍‌ଟି ପ୍ରଚାର କମିଟିର ସଂଯୋଜକ ବିରଂଚି ନାରାୟଣ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଜିଏସ୍‌?ଟି ପ୍ରଚାର କମିଟି ସହ ସଂଯୋଜକ ସଞ୍ଜୟ ରଥ ପରିଚୟ ପ୍ରଦାନ କରିଥିଲା ବେଳେ ଯାଜପୁର ସାଂସଦ ଡ. ରବି ନାରାୟଣ ବେହେରା, ରାଜ୍ୟ ବିଜେପିର ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଟର ଆବାହକ ତପନ ଚାନ୍ଦ ଓ ରାଜ୍ୟ ବିଜେପି ଚାଟାର୍ଡ ଆକାଉଂଟ୍ ପ୍ରକୋଷ୍ଟ ସଂଯୋଜକ ମିହିର ସାହୁ ଜିଏସଟି ସୁଧାର ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଆଲୋଚନା ଚକ୍ରରେ ଦଳର ରାଜ୍ୟ ପଦାଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande