ପୁରୀ, ୨ ସେପ୍ଟେମ୍ବର (ହି.ସ.)- ପୁରୀ ଷ୍ଟେସନ ନିକଟ ତାରିଣୀ ଛକରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ କୁମ୍ଭାରପଡା ପୋଲିସ ଖବର ପାଇ ଅଭିଯୁକ୍ତକୁ ଧରିଥିଲେ । ମାଜିଷ୍ଟ୍ରେଟ ସୁଚିତ୍ରା ମାଝିଙ୍କ ଉପସ୍ଥିତରେ ଏହି ବ୍ରାଉନସୁଗାରକୁ ଜବତ କରାଯାଇଥିଲା । ୧୩.୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ଯ ୧ ଲକ୍ଷ ୩୫ ହଜାର ଟଙ୍କା । ଏ ସଂପର୍କରେ ଥାନାରେ କେସ ନମ୍ବର ୪୦୧/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଆଶୁତୋଷ ବେହେରା ( ୩୧)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । କୁମ୍ଭାରପଡା ଥାନା ପୋଲିସ ସକାଳ ୯ଟା ରେ ପେଟ୍ରୋଲିଂ କରୁଥିବା ବେଳ ଏହି ଘଟଣା ନଜରକୁ ଆସିଥିଲା । ଆଶୁତୋଷ ଠାରୁ ବ୍ରାଉନସୁଗାର ସମେତ ୨୫୦ ଟଙ୍କା ଓ ଗୋଟିଏ ଡିଜିଟାଲ ଓଜନ ଯନ୍ତ୍ର ପୋଲିସ ସିଜ କରିଛି । ଏହି ବ୍ରାଉନସୁଗାର ଖୋର୍ଦ୍ଧାରୁ ଆଣିଥିବା ସେ ମାନିଥିଲା । ତା' ନାମରେ କୁମ୍ଭାରପଡା ଓ ବ୍ରହ୍ମଗିରି ଥାନାରେ ମାମଲା ରହିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ