ବଲାଙ୍ଗୀର, ୦୨ ସେପ୍ଟେମ୍ବର(ହି.ସ.) –ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରେ ନଟରାଜ କଳାପରିଷଦ ସୋମବାର ଦିନ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରି ଗତ ଚଳିତ ବର୍ଷ ନାଟକ ପ୍ରସ୍ତୁତି ପାଇଁ ୬ ଗୋଟି ଉନ୍ମୋଚିତ କରାହୋଇଥିଲା। ଏହି ବହି ଗୁଡିକ ଆଗାମୀ ଦିନରେ ନାଟକ ରେ ମଂଚସିତ ହେବ। ୬ ଗୋଟି ବହିର ନାମ “ବା”, “ତ୍ରିଶଙ୍କୁ”, “ଯାଦୁବାଲା”, “ଜମିଦାର”, “ଭୁଲତା”, “ପାରଶମଣି”। ଏହି ସବୁ ବହିର ନାଟକ ମଂଚସିକ କରିବା ପାଇଁ ଅଭିନୟ ନାଟକ ହେବ ବୋଲି ସୂଚନା ଦିଆଯାଇଥିଲା। ନଟରାଜ କଳା ପରିଷଦର ୨୫ ବର୍ଷ ପୁର୍ତି ଅବସରରେ ଆଜି ବିଭିନ୍ନ କଳାକାର ସାମିଲ ଥିଲେ। କଳାକାରଙ୍କ ଉପସ୍ଥିତିରେ ଚଳିତ ବର୍ଷରେ ନାଟକମାନେ ଉଚ୍ଚ କୋଟିର କିପରି ହେବ ତାହା ପାଇଁ ବିଶେଷ ଆଲୋଚନା ହୋଇଥିଲା। ଟ୍ରିନିଟି ୩/୨ ଡ୍ରିମ ଫେଷ୍ଟିଭାଲ ହେବା ପାଇଁ ସ୍ଥିରୀକୃତ ହୋଇଛି। ଛଅ ଗୋଟି ନାଟକକୁ ପ୍ରହଲ୍ଲାଦ ଦର୍ଜି, ରାମ ଦାସ ଓ ସତ୍ୟବ୍ରତ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେବା ପାଇଁ ସ୍ଥିର କରାଗଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ