ଅବ୍ୟବସ୍ଥାରେ ଗୋବିନ୍ଦତୋଳା ବଜାର : ପରିବା ବିକାଳୀଙ୍କ ପିଣ୍ଡି ସାଜିଛି ଗୋରୁ ଗୁହାଳ
ସମ୍ବଲପୁର, ୦୨ ସେପ୍େଟମ୍ବର (ହି.ସ.) - ସମ୍ବଲପୁର ସହରର ଗୋବିନ୍ଦତୋଳା ପରିବା ବଜାର ଏକ ପ୍ରମୁଖ ବ୍ୟବସାୟୀକ କ୍ଷେତ୍ର ହୋଇଥିଲେ ମଧ୍ୟ ପ୍ରଶାସନିକ ଦୂରଦୃଷ୍ଟି ଅଭାବ ଓ ଖାମଖିଆଲି ନୀତି ଯୋଗୁଁ ଏହି ବଜାରର ସମସ୍ୟା ସମାଧାନରେ ଅନିଶ୍ଚିତତା ଦେଖିବାକୁ ମିଳୁଛି । ଗୋବିନ୍ଦତୋଳା ଦ୍ୱିତୀୟ ବ୍ରିଜ ନିର୍ମାଣ ହେ
ଅବ୍ଯବସ୍ଥାରେ ଗୋବିନ୍ଦତୋଳା ବଜାର  : ପରିବା ବିକାଳୀଙ୍କ ପିଣ୍ଡି ସାଜିଛି ଗୋରୁ ଗୁହାଳ


ଅବ୍ଯବସ୍ଥାରେ ଗୋବିନ୍ଦତୋଳା ବଜାର  : ପରିବା ବିକାଳୀଙ୍କ ପିଣ୍ଡି ସାଜିଛି ଗୋରୁ ଗୁହାଳ


ଅବ୍ଯବସ୍ଥାରେ ଗୋବିନ୍ଦତୋଳା ବଜାର  : ପରିବା ବିକାଳୀଙ୍କ ପିଣ୍ଡି ସାଜିଛି ଗୋରୁ ଗୁହାଳ


ଅବ୍ଯବସ୍ଥାରେ ଗୋବିନ୍ଦତୋଳା ବଜାର  : ପରିବା ବିକାଳୀଙ୍କ ପିଣ୍ଡି ସାଜିଛି ଗୋରୁ ଗୁହାଳ


ସମ୍ବଲପୁର, ୦୨ ସେପ୍େଟମ୍ବର (ହି.ସ.) - ସମ୍ବଲପୁର ସହରର ଗୋବିନ୍ଦତୋଳା ପରିବା ବଜାର ଏକ ପ୍ରମୁଖ ବ୍ୟବସାୟୀକ କ୍ଷେତ୍ର ହୋଇଥିଲେ ମଧ୍ୟ ପ୍ରଶାସନିକ ଦୂରଦୃଷ୍ଟି ଅଭାବ ଓ ଖାମଖିଆଲି ନୀତି ଯୋଗୁଁ ଏହି ବଜାରର ସମସ୍ୟା ସମାଧାନରେ ଅନିଶ୍ଚିତତା ଦେଖିବାକୁ ମିଳୁଛି । ଗୋବିନ୍ଦତୋଳା ଦ୍ୱିତୀୟ ବ୍ରିଜ ନିର୍ମାଣ ହେବା ପରେ, ବ୍ରିଜ ଉପରେ ବସୁଥିଲେ ପରିବା ବେପାରୀ । ତା' ପୂର୍ବରୁ ଗୋବିନ୍ଦତୋଳା ମାରୁତିନଗର ସଂଯୋଗୀ କରଣ ରାସ୍ତା କଡରେ ସମ୍ବଲପୁର ମହାନଗର ନିଗମ ଦ୍ୱାରା ନିର୍ମିତ ହୋଇଥିଲା ପରିବା ବଜାର ପିଣ୍ଡି କ୍ଷ ମାତ୍ର ସେଠାରେ ପରିବା ବ୍ୟବସାୟୀ ଓ ସର୍ବସାଧାରଣଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ଅଭିଯୋଗ ଉପରେ ମହାନଗର ନିଗମ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାରେ ସମର୍ଥ ହୋଇ ପାରିନଥିଲା । ଏପରିକି ପରିବା ବିକାଳୀ ମାନଙ୍କୁ ପରିଚାଳନା କରିବାରେ ମହାନଗର ନିଗମର ବିଫଳତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସମସ୍ୟା ସମ୍ପର୍କରେ ପଚାରିବାରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ବିଭିନ୍ନ ମହଲରୁ ଅଭିଯୋଗ ହେବାପରେ ବିକାଳୀ ମାନେ ମହାନଗର ନିଗମ ଦ୍ୱାରା ନିର୍ମିତ ପୁରୁଣା ବଜାର ପିଣ୍ଡିକୁ ଗଲେ । ହେଲେ ସମସ୍ୟା କମିବା ବଦଳରେ ବଢିବାରେ ଲାଗିଲା । ପରିବା ବିକାଳୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ବିକାଳୀ ମାନେ ପିଣ୍ଡିରେ ନବସି ରାସ୍ତା ଉପରେ ପରିବା ରଖି ବିକ୍ରି କରିବା ଆରମ୍ଭ କଲେ କ୍ଷ ଫଳରେ ଯାନବାହାନ ପାର୍କିଂ ଠାରୁ ଆରମ୍ଭ କରି ସର୍ବସାଧାରଣ ଲୋକଙ୍କ ଯିବା ଆସିବା ସମସ୍ୟା ଉତ୍କଟ ହେବାରୁ ମହାନଗର ନିଗମ କର୍ତୃପକ୍ଷଙ୍କ ଠାରେ ଅଭିଯୋଗ ସଂଖ୍ୟା ବଢିଚାଲିଲା । ପରବର୍ତୀ ସମୟରେ ବଜାର ପାର୍ଶ୍ୱରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଲମ୍ବା ପିଣ୍ଡି ମହାନଗର ନିଗମ ନିର୍ମାଣ କଲା । ସେହି ପିଣ୍ଡିରେ ମଧ୍ୟ ପରିବା ବିକାଳୀ ମାନେ ନବସି ରାସ୍ତାପାର୍ଶ୍ୱକୁ ଜବରଦଖଲ କରି ବସିବା କାରଣରୁ ରାସ୍ତା ଜାମ ହେବା ସଙ୍ଗେ ସଙ୍ଗେ ଅଧିକ ସମସ୍ୟା ବଢ଼ିଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି କ୍ଷ ଠିକାଦାର ବା ମହାନଗର ନିଗମ କର୍ତୃପକ୍ଷ ଏହି ସମସ୍ୟାର କୈଣସି ସ୍ଥାୟୀ ସମାଧାନ କରିବା ଅପେକ୍ଷା କେବଳ ମୋଟା ଅଙ୍କର ରୋଜଗାର ଉପରେ ଗୁରୁତ୍ୱ ଦେଇ ଆସୁଥିବା କୁହାଯାଉଛି। ଏହି ସମସ୍ୟାକୁ ଅନୁଧ୍ୟାନ କଲେ କ୍ୱେଳ ମହାନଗର ନିଗମର ଦୂରଦୃଷ୍ଟି ଅଭାବ ଓ ପରିଚାଳନା ଗତ ତ୍ରୁଟି ହିଁ ଏକ ମାତ୍ର କାରଣ ବୋଲି ବୁଝା ପଡେ । ସମ୍ବଲପୁର ସହରରେ ବ୍ୟବସାୟୀକ କ୍ଷେତ୍ର ଦାୟିତ୍ୱରେ ଥିବା ସହକାରୀ ଆୟୁକ୍ତ ଅଶୋକ ମିଶ୍ରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବାରେ ଶ୍ରୀ ମିଶ୍ର ଏଭଳି ସମସ୍ୟା ବିଷୟରେ କିଛି ଜାଣିନଥିବା ସୂଚୀତ କରାଇଥିଲେ । ତଥାପି ମହାନଗର ନିଗମ ଆୟୁକ୍ତ ରୋହନ କ୍ଷେତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ ସାଥିରେ ନେଇ ଗୋବିନ୍ଦତୋଳା ବଜାର ପରିଦର୍ଶନରେ ଯାଇ ଦେଖା ଯାଇଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବୁ ବୋଲି କହିଥିଲେ । ଏଭଳି ଉତରରୁ ସ୍ୱଷ୍ଟ ଅନୁମେୟ ଯେ ମହାନଗର ନିଗମ ଯେତେବେଳେ ସହରର ସମସ୍ୟା ସମ୍ପର୍କରେ ଅବଗତ ନାହିଁ ସେଠାରେ ଲୋକଙ୍କୁ କି ପ୍ରକାରର ସେବା ଯୋଗାଇବେ ଓ ଏଥିପାଇଁ କେତେ ଯତ୍ନବାନ? ଏବେ ଦେଖିବାକୁ ବାକିରହିଲା ଯେ ଗୋରୁ ଗୁହାଳର ଭ୍ରମ ସୃଷ୍ଟି କରୁଥିବା ପିଣ୍ଡି ଗୁଡିକରେ କେବେ ପରିବା ବିକାଳୀ ବସିବେ ତଥା ମାରୁତି ନଗର ରାସ୍ତା ରାସ୍ତାଜାମରୁ ମୁକ୍ତି ପାଇବ ତାହାହିଁ ମୁଖ୍ୟ ପ୍ରଶ୍ନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande