ବ୍ଲକ୍‌ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ, ୭୦ ଜଣ ଜିଲାସ୍ତରକୁ ମନୋନତୀ
ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି, ପୂର୍ବତନ
BLOCK STARIYA KRIDA PRATIJOGITA UDJAPITA


ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି, ପୂର୍ବତନ ସରପଂଚ ସୁବାଷ ଗୋଚ୍ଛାୟତ, ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ସାହୁ, ବ୍ଲକ୍ କ୍ରୀଡା ସଂପାଦକ ଜିତେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କବାଡି, ଖୋ ଖୋ, ଚେସ୍‌, ସାଇକେଲିଂ, ଫୁଟବଲ୍‌, ବ୍ୟାଡମିଂଟନ ଭଳି ବିଭାଗକୁ ୭୦ ଜଣ ପ୍ରତିଯୋଗୀ ଜିଲାସ୍ତରକୁ ମନୋନୀତ ହୋଇଥିଲେ। ବରିଷ୍ଠ ଶିକ୍ଷକ ଗୌରୀଶଙ୍କର ମିଶ୍ର ଅତିଥି ପରିଚୟ ଓ କ୍ରୀଡା ଶିକ୍ଷକ ଅମୂଲ୍ୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ କ୍ରୀଡା ଶିକ୍ଷୟିତ୍ରୀ, ମାନସ ସାହୁ, ଦେବାଶିଷ ଆଚାର୍ଯ୍ୟ, ଗୋବିନ୍ଦ ବେହେରା, ପୂର୍ଣ୍ଣିମା ମହାନ୍ତି, ପ୍ରଶାନ୍ତ କୁମାର ଜେନା, ସପନ କୁମାର ବାରିକ, ପବିତ୍ର ମୋହନ ଦାସ କ୍ରୀଡା ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ମୋନାଲିସା କର, ଦେବସ୍ମିତା କର,ମଂଜୁଲତା ପଣ୍ଡା, କଳ୍ପନା ମଲ୍ଲିକ, ଶିକ୍ଷକ ଶୁଭେନ୍ଦୁ କୁମାର ମଲ୍ଲିକ, କେଦାର ସେନ ମଲ୍ଲିକ ପ୍ରମୁଖ କ୍ରୀଡା ପରିଚାଳନାରେ ସହାୟକ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande