କୋରେଇ, ୦୨ ସେପ୍ଟେମ୍ବର (ହି.ସ) - ଯାଜପୁର ରୋଡ଼ ବିଦ୍ୟୁତ ସର୍କଲ ଅନ୍ତର୍ଗତ ଧବଳଗିରି ସବଡ଼ିଭିଜନ ତଥା ପାଣିକୋଇଲି ଉପଖଣ୍ଡ୍ ଅଧିନରେ ଥିବା ପାଣିକୋଇଲି ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜତୀନ ସାହୁଙ୍କର ଧବଳଗିରି ସବଡ଼ିଭିଜନକୁ ବଦଳି ହୋଇଛି। ଶ୍ରୀ ସାହୁଙ୍କ ସ୍ଥାନରେ ଏହି ସବଡ଼ିଭିଜନ ଅନ୍ତର୍ଗତ ଦଳା ସେକ୍ସନର କନିଷ୍ଠ ଯନ୍ତ୍ରୀ ଥିବା ସୁବ୍ରତ କୁମାର ଚକ୍ର ଅତିରିକ୍ତ ଭାବେ ଦ୍ରାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଉକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ନିଜ ଅଧସ୍ତନ କର୍ମଚାରୀଙ୍କ ସହିତ ଉପଭୋକ୍ତା ମାନଙ୍କୁ ଦୁଃବ୍ୟବହାର ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ବେଳେ ସେ ବିବାଦୀୟ ଥିଲେ । । ଏପରିକି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଓ ଟାଟା କମ୍ପାନୀର ସିଇଓ ନିକଟରେ ଯନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ ଦାଖଲ କରିଛନ୍ତି। ତେବେ ଉକ୍ତ ବିବାଦିୟ ଜେଇ ଶ୍ରୀ ସାହୁଙ୍କ ସ୍ଥାନରେ ଶ୍ର୍ରୀ ଚକ୍ର ଅତିରିକ୍ତ ଭାବେ ଦ୍ରାୟିତ୍ୱ ଗ୍ରହଣ କରିବା ସହିତ ଉପଭୋକ୍ତା ମାନଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇଦେବା ମୋର ପ୍ରାଥମିକତା ହେବ ବୋଲି ଶ୍ରୀ ଚକ୍ର ଜଣାଇଛନ୍ତି। ଶ୍ରୀ ଚକ୍ର ଦାୟିତ୍ୱ ଗ୍ରହଣ କରିବା ପରେ ପାଣିକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଅସିତ ଅମିତାଭ ଧଳ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ସାହୁଙ୍କ ବଦଳି ପରେ କର୍ମଚାରୀ ଓ ଉପଭୋକ୍ତାଙ୍କ ମହଲରେ ଆନନ୍ଦ ଖେଳି ଯାଇଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ