ଜୟପୁର 2 ସେପ୍ଟେମ୍ବର (ହି.ସ.) କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଜିଲ୍ଲାପାଳଙ୍କୁ 15 ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଚାଷୀଙ୍କୁ ସାର ଯୋଗାଣ, କଳାବଜାରୀ ବନ୍ଦ କରିବା, ଦୁର୍ନୀତି ଗ୍ରନ୍ଥ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଓ ଅନ୍ୟାନ୍ୟ ସମସ୍ୟା ସଂପର୍କେ ରେ ମଞ୍ଚର ସାଧାରଣ ସମ୍ପାଦକ ନରେନ୍ଦ୍ର ପ୍ରଧାନ ଦାବି ପତ୍ର ପ୍ରଦାନ କରିଥିଲେ l ସାରର ସୁଗମ ବଣ୍ଟନ, କଳାବଜାରି ବନ୍ଦ କରିବା ଦୁର୍ନୀତି ଗ୍ରସ୍ଥ ସାର ଦୋକାନୀଙ୍କ, ଦୋକାନରେ ନିୟମିତ ଚଢାର କରିବା, ଆମ ଜିଲ୍ଲାର ସାର ବାହାର ଜିଲ୍ଲାକୁ ଯୋଗାଣ ବନ୍ଦ କରିବା ଇତ୍ୟାଦି ଦାବୀ ନେଇ ସି.ଡି.ଏ.ଓ.ଙ୍କୁ ତାରିଖ ୨୪.୦୬.୨୦୨୫ରିଖ ଓ ତାରିଖ ୨୬.୦୮.୨୦୨୫ ଓ ଆପଣଙ୍କୁ ତାରିଖ ୦୪.୦୮.୨୦୨୫ ରେ ଜଣା କରିଥିଲୁ । କୃଷି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ ନ କରିବାରୁ ସାର ସମସ୍ୟା ଜଟିଳ ହୋଇ ପଡିଛି । ପଦକ୍ଷେପ ଗ୍ରହଣ କରାଗଲେ ଚାଷୀ ଉପକୃତ ହେବେ ବୋଲି ଯୁକ୍ତି ଦର୍ଶାଯାଇଛି । ବର୍ତମାନ ଜିଲ୍ଲାକୁ ଆସୁଥିବା ସମସ୍ତ ସାରକୁ ସମବାୟ ସଂସ୍ଥା ଦ୍ବାରା ବଣ୍ଟନ କରାଯାଉ, ସାର ସହିତ ନାନୋ ୟୁରିଆ, ଡି.ଏ.ପି. ଓ ଅନ୍ୟାନ୍ୟ ଦ୍ରବ୍ୟ ନେବାକୁ ବାଧ୍ୟ କରାନଯାଉ, ଚାଷୀଙ୍କୁ ସାର କ୍ରୟ ସମୟରେ ବିକ୍ରି ରସିଦ ପ୍ରଦାନ କରାଯାଉ, ସାର ଦୋକାନରେ ସୂଚନା ଫଳକ, ଷ୍ଟକ୍ ପରିମାଣ, ସାର ଦର ଉଲ୍ଲେଖ କରାଯାଉ, କୃଷି ବିଭାଗ ନିୟମିତ ସାର ବିକ୍ରେତାଙ୍କ ଦୋକାନ, ଗୋଦାମ, ଏମଆରପି ର ସଠିକତା ଅନ୍ୟାନ୍ୟ ଟେକ୍ ଯେପରି ଚାଷୀଙ୍କୁ ବାଧ୍ୟ ନକରନ୍ତି ତାହାର ତଦାରଖ କରନ୍ତୁ । ପ୍ରତ୍ୟେକ ସାର ଗାତିରେ ଭିଟିଏସ ଲଗାଯାଇ ସାର ସଠିକ୍ ବିତରକ ପାଖରେ ପହଞ୍ଚିଲା କି ନାହିଁ ସୁନିଶ୍ଚିତ କରାଯାଉ, ସାରର ନମୂନା, କୀଟନାଶକ, ଅନ୍ୟାନ୍ୟ ବିକ୍ରୀ କରୁଥିବା ଅଣୁସାର, ବିହନର ନମୁନା ସଂଗ୍ରହ କରାଯାଇ ଗବେଷଣାଗାରକୁ ପଠାଯାଉ, ଜିଲ୍ଲାରେ ଆର୍.ସି.ଏମ୍.ସି. ଓ ମାର୍କଫେଡ୍ ଅଫିସରେ କେତେକ କର୍ମକର୍ତ୍ତା ଆଜକୁ ୧୫ ବର୍ଷରୁ ଅଧିକ ରହି ନିଜେ ଗାଡି ରଖି, ନିଜର ସମ୍ପର୍କୀୟ ନାମରେ ସାର ଦୋକାନ ଖୋଲି ବ୍ୟାପକ କଳାବଜାରି କରିବା ସହିତ ଚାଷୀଙ୍କୁ ହଇରାଣ କରୁଛନ୍ତି । ତତ୍ ସହିତ ସାରର ଆବଶ୍ୟକ ନଥିବା ସମୟରେ ବିଭିନ୍ନ ଦୋକାନୀ, ବ୍ୟବସାୟୀଙ୍କୁ ଚଢା ଦରରେ ବିକ୍ରି କରି କଳାବଜାରୀ କରିବାରେ ସହାୟତା କରି କୋଟି କୋଟି ଟଙ୍କା ଅସାଧୁ ଉପାୟରେ ଅର୍ଜନ କରି ଦୁର୍ନୀତି ପ୍ରଶ୍ରୟ ଦେଉଛନ୍ତି । ତୁରନ୍ତ ତାଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯିବା ସହିତ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରାଯାଉ । କୁନ୍ଦୁରା ଲ୍ୟାମରେ ଜଣେ ଏମ୍.ଡି.ଙ୍କୁ ନିଯୁକ୍ତି ଦିଆଯାଉ, ଜିଲ୍ଲାର ସାର ପାଇକାରୀ ବିକ୍ରେତାମାନେ ଅଧିକ ଦରରା ଖୁଚୁରା ବିକ୍ରେତାଙ୍କୁ ବିକ୍ରି କରିବା ସହିତ ଭିଟେଲର୍ ଲାଇସେନ୍ସ କରି ସାର କଳାବଜାରୀର ସମସ୍ତ ତରିକା ଆପଣେଉଛନ୍ତି । ତାଙ୍କ ପ୍ରତି ଆବଶ୍ୟକ ପଦକ୍ଷେପ ନିଆଯାଉ । ବର୍ତ୍ତମାନ ଜିଲ୍ଲାକୁ ଆସିଥିବା ସାର, କୃଷି, ରାଜସ୍ବ ବିଭାଗର, ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିକ୍ରୟ କରାଯାଉ । ବର୍ତମାନ ଜିଲ୍ଲାକୁ ଆସିଥିବା ବି.ପି.ସି.ଏଲ୍. ସାରର ଯୋଗାଣ ବଣ୍ଟନ ବ୍ୟବସ୍ଥାର କୃଷି ଓ ରାଜସ୍ବ ବିଭାଗ ଦ୍ବାରା ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଷୀଙ୍କୁ ବିକ୍ରି କରାଯାଉ , ବିଭିନ୍ନ ସାର କମ୍ପାନୀର ଆଞ୍ଚଳିକ ଅଧିକାରୀଙ୍କ ମନମୁଖୀ ଶାସନ ବନ୍ଦ କରାଯାଉ, ବିଗତ ଦିନରେ ଜିଲ୍ଲାକୁ ଆସିଥିବା ସାରର ବିକ୍ରୟର ଏକ ତଦନ୍ତ (କୃଷି ବିଭାଗ ବ୍ୟତୀତ) ଅନ୍ୟ ବିଭାଗ ଦ୍ବାରା କରାଯାଉ । ଜିଲ୍ଲାରେ ସାରର ପ୍ରକୃତ ଆବଶ୍ୟକ ଆକଳନ କରାଯାଉ, ବର୍ତମାନ ଜିଲ୍ଲାରେ ଧାନ ବିକ୍ରୀ କରିବାକୁ ନାମ ପଞ୍ଜିକରଣ କରିଥିବା ଭାଗ ଚାଷୀଙ୍କ ନାମରେ ମଣ୍ଡି ଦଲାଲଙ୍କ ପ୍ରକୃତ ତଥ୍ୟ, କୃଷି, ରାଜସ୍ବ, ସମବାୟ, ପଞ୍ଚାୟତରାଜ ସଦସ୍ୟ ଓ ଗ୍ରାମବାସୀଙ୍କ ଦ୍ବାରା ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରାଯାଉ, ବିଭିନ୍ନ WSHG ଙ୍କ ନାମରେ ମଣ୍ଡି ଦଲାଲ ମାନେ ମିଥ୍ୟା ଏଣ୍ଟ୍ରି, ଚାଷୀଙ୍କ ଠାରୁ ଅଧିକ କଟଳି ଛଟନି, ମନମାନି, ଶୋଷଣ, ଓ ହଇରାଣ କରୁଥିବାରୁ WSHG ପରିବର୍ଷେ ଲ୍ୟାମ୍ପ କିମ୍ବା ଗ୍ରା ପଞ୍ଚାୟତକୁ ଧାନ କ୍ରୟ କ୍ଷମତା ପ୍ରଦାନ କରାଯାଉ, ପ୍ରତ୍ୟେକ ବ୍ଲକର ଚାଷୀଙ୍କୁ କୃଷି, ଜଳସେଚନ, Strategy, D.L.P.C. ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ବୈଠକରେ ଭାଗ ନେବାର ସୁଯୋଗ ଦିଆଯାଉ, ବିଗତ ଖରିଫ ଓ ରବି ଋତୁରେ ଧାନ କିଣାର ଖାଲି ଅଖା ଟଙ୍କା ଓ ହେଣ୍ଡେଲିଙ୍ଗ ଚାର୍ଜ ଆଜିସୁଦ୍ଧା ପବାନ କରାଯାଇନାହିଁ, ତୁରନ୍ତ ଉକ୍ତ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବା ସହିତ ମିଥ୍ୟା ଧାନ କିଶାର, କଟନି ଛଟନିଉ ଏକ ନିରପେକ୍ଷ ତଦନ୍ତ, ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଆଦି ଦାବି ରହିଛି । ---------------
ହିନ୍ଦୁସ୍ଥାନ ସମାଚାର / ପିକେପି