ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ : ସେପ୍ଟେମ୍ବର ୭ ଚନ୍ଦ୍ରଗ୍ରହଣ ନୀତି ନିର୍ଘଂଟକୁ ଅନୁମୋଦନ
ପୁରୀ, ୨ ସେପ୍ଟେମ୍ବର (ହି.ସ.)- ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଂଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି । ରାତ୍ର ୨ଟାରୁ ଫିଟିବ ଦ୍ୱାର । ୨ଟା ୪୦ରେ ମଙ୍ଗଳ ଆଳତ
ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ : ସେପ୍ଟେମ୍ବର ୭ ଚନ୍ଦ୍ରଗ୍ରହଣ ନୀତି ନିର୍ଘଂଟକୁ ଅନୁମୋଦନ


ପୁରୀ, ୨ ସେପ୍ଟେମ୍ବର (ହି.ସ.)- ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଂଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି । ରାତ୍ର ୨ଟାରୁ ଫିଟିବ ଦ୍ୱାର । ୨ଟା ୪୦ରେ ମଙ୍ଗଳ ଆଳତି ବଢି ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ଦିନ ୧୨ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ କିଭଳି ପ୍ରସ୍ତୁତି ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ । ସମସ୍ତ ନିଯୋଗ ସହିତ ଏନେଇ ଆଲୋଚନା ହୋଇଛି । ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ । ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ୱେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande