ଦକ୍ଷିଣବାଡ ଗ୍ରାମରାସ୍ତା ବିପର୍ଯ୍ୟସ୍ତ, ବର୍ଷାଜଳରେ ବୁଡିଛି, ଜନଜୀବନ ଅସ୍ତବ୍ୟସ୍ତ
ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସଦର ମହକୁମା ଦକ୍ଷିଣବାଡ ଗ୍ରାମ୍ୟରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଭଣ୍ଡାରିପୋଖରୀ ଜଳ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ନୂଆନଇ କେନାଲ ରାସ୍ତାକୁ ସଂଯୋଗ କରୁଥିବା ଏହି ଦେଢ କିଲୋମିଟର ଦୈର୍ଘ୍ୟ ବିଶିଷ୍ଠ ରାସ୍ତା ଗ୍ରାମର
DAKHINABADA GRAMA RASTA BIPARJYASTA


ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସଦର ମହକୁମା ଦକ୍ଷିଣବାଡ ଗ୍ରାମ୍ୟରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଭଣ୍ଡାରିପୋଖରୀ ଜଳ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ନୂଆନଇ କେନାଲ ରାସ୍ତାକୁ ସଂଯୋଗ କରୁଥିବା ଏହି ଦେଢ କିଲୋମିଟର ଦୈର୍ଘ୍ୟ ବିଶିଷ୍ଠ ରାସ୍ତା ଗ୍ରାମର ଜୀବନରେଖା ଅଟେ । ବିଗତ ୨୨ ବର୍ଷ ପୂର୍ବେ ପଂଚାୟତ ଦ୍ୱାରା ଏହି ରାସ୍ତା କଂକ୍ରିଟକରଣ ହୋଇଥିଲା । ଏହା ପରେ ଏହି ରାସ୍ତା ଆଉ ମରାମତି ହୋଇନାହିଁ। ଏବେ ଏହି ରାସ୍ତାର କଂକ୍ରିଟ ଖଣ୍ଡ ଖଣ୍ଡ ହୋଇ ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ପାଶ୍ୱର୍ ଜଳମଗ୍ନ ହେବା ସହ ଜବରଦଖଲ ଯୋଗୁଁ ବର୍ଷା ଜଳ ନିଷ୍କାସନ ସମ୍ଭବ ହେଉ ନାହିଁ । ଫଳରେ ସାମାନ୍ୟ ବର୍ଷରେ ରାସ୍ତା ଉପରେ ଦେଢ ଫୁଟ ଉଚ୍ଚର ବର୍ଷା ଜଳ ମାସ ମାସ ଧରି ଜମି ରହି ଯାତାୟତରେ ବାଧା ସୃଷ୍ଟି କରିଛି । ବିଶେଷ କରି ରାସ୍ତା ଉପରେ ମଇଳା ପାଣି ଜମି ରହୁଥିବାରୁ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଅଗ୍ନିନିର୍ବାପକ ଯାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପ୍ରଦାନକାରୀ ଯାନବହାନ ଗ୍ରାମ ମଧ୍ୟକୁ ପ୍ରବେଶ କରିପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଗ୍ରାମର ଅକ୍ଷୟ ବିଶ୍ୱଳ, ପ୍ରଦୀପ କୁମାର ଦାସ, ଜାଗ୍ୟବତୀ ଜେନା, ନିତ୍ୟାନନ୍ଦ ଯେନା, ସୁଧାଂଶୁ ଶେଖର ଯେନା, କମଳାକାନ୍ତ ଜେନା, ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ସ୍ଥାନୀୟ ବିଡିଓଙ୍କୁ ରାସ୍ତା ପୁନଃନିର୍ମାଣ ପାଇଁ ଦାବି କରିଛନ୍ତି । ଏଥିସହ ସ୍ଥାନୀୟ ସରପଂଚଙ୍କୁ ମଧ୍ୟ ରାସ୍ତା ପୁନଃନିର୍ମାଣ ପାଇଁ ଦାବି କରିଥିବା ଜଣାଯାଇଛି । ଏହା ପଂଚାୟତ ରାସ୍ତା ହୋଇଥିବାରୁ ସରପଂଚ ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଡିଏ ରାସ୍ତା ନିର୍ମାଣ ପାଇଁ ଅର୍ଥ ବରାଦ କରାଯିବା ପ୍ରସ୍ତାବ ରହିଛି । ପଂଚାୟତକୁ ଅନୁଦାନ ମିଳିଲେ ଏହି ରାସ୍ତା ନିର୍ମାଣ କରାଯିବ ବୋଲି ସରପଂଚ ବର୍ଷାରାଣୀ ଜେନା ଗଣମାଧ୍ୟମକୁ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande