ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ପର୍ଶୁରାମ ପଣ୍ଡା ଧାମନଗର ହସନାବାଦ ଗ୍ରାମପଂଚାୟତ ଅନଳଡିହ ଗ୍ରାମର ତଥା ଓଡ଼ିଶାର ଜଣେ ବହୁବିଧ ପ୍ରତିଭାସମ୍ପନ୍ନ ଚରିତ୍ର। ସେ ଜୀବଦ୍ଦଶାରେ ଜଣେ ସଫଳ ଶିକ୍ଷକ ଭାବେ ୩୬ ବର୍ଷ ଶିକ୍ଷାଦାନ କରି ପ୍ରଧାନଶିକ୍ଷକ ଭାବେ ୨୦୨୦ ରେ ଅବସର ଗ୍ରହଣ କରିଅଛନ୍ତି। ସେ ଜଣେ ସଫଳ ଅଭିନେତା,ବକ୍ତା, ସାହିତ୍ୟିକ, କବି, ଗାଳ୍ପିକ ତଥା ସମାଜସେବୀ, ମାନବବାଦୀ, ଜନହିତୈଷୀ, ଉଦରବାଦୀ ଚରିତ୍ର ଅଟନ୍ତି। ସେ ସବୁଜିମା ବୃକ୍ଷଳତା ପ୍ରିୟମଣିଷ ଭାବେ ନିଜେବି ଏକ ସୁନ୍ଦର ସବୁଜିମା ବଳୟ ସୃଷ୍ଟିକରିପାରିଛନ୍ତି। ସେ ନିଜ ଜନ୍ମମାଟି ଅନଳଡ଼ିହକୁ ମହାକାଳ ଶକ୍ତିଶ୍ୱର ଶିବମନ୍ଦିରଟିଏ ସମର୍ପଣ କରିଛନ୍ତି। ସେ ତାଙ୍କର ଜୀବଦ୍ଦଶାରେ ଓଡ଼ିଆ ଭାଷାରେ ତିରିଶ ପୁସ୍ତକ କବିତା, ଉପନ୍ନ୍ୟାସ, ଗଳ୍ପ, ଭାଷାତତ୍ୱ, ନାଟକ, ନାଟ୍ୟତତ୍ୱ, ଆତ୍ମଜୀବନୀ, ଗ୍ରାମର ଐତିହ୍ୟ ଓ ସଂସ୍କୃତି ପ୍ରଭୃତି ଲେଖି ସଫଳସ୍ରଷ୍ଟା ଭାବେ ଗୌରବ ଅର୍ଜନ କରିଅଛନ୍ତି। ସେ ୨୦୨୨ରେ ତାଙ୍କର ଧର୍ମପତ୍ନୀ ଉଚ୍ଚାବିଦ୍ୟାଳୟର ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଦ୍ରୌପଦୀ ଦାଶଙ୍କୁ ହରାଇ ମଧ୍ୟ ସାହିତ୍ୟି ସୃଜନୀରେ ସାବଲୀଳ, ଚିରପ୍ରବାହମାନ ଓ ଗତିମୁଖର, କଳକଳ ଏବଂ ଚଳଚଂଚଳ। ସେ ଜୀବନରେ ଅଭାବ, ଅସୁବିଧା, ପିତୃହରା ହୋଇ ନାବାଳକ ଅବସ୍ଥାରେ ବିଦ୍ୟାଳୟ ଶିକ୍ଷା ଅଷ୍ଟମ ଶ୍ରେଣୀରୁ ବିରତ ହୋଇବି ଦୀର୍ଘ ୯ ବର୍ଷ ପରେ ସେ ସ୍ୱକୀୟ ସାଧନା, କର୍ମନିଷ୍ଠା, ଦୃଢଇଛାଶକ୍ତି ବଳରେ ନିଜକୁ ଗଢିପାରିଛନ୍ତି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ଚାଲିଶରୁ ଉର୍ଦ୍ଧ୍ୱ ମାନପତ୍ର,ଓ ପ୍ରମାଣପାତ୍ର ପାଇଛନ୍ତି। ସେଥିରେ ଦୁଇଟି ଡ଼କ୍ଟରେଟ-ଗୋଟିଏ ଏଚ ଆର ପି ଏସ - ଭୁବନେଶ୍ୱର, ଅନ୍ୟଟି-ଡବ୍ଲୁ ପି ଏସ, ରାଉରକେଲା ଅନ୍ତର୍ଭୁକ୍ତ। ଏବେ ଅଗଷ୍ଟ ୨୦ ବୁଧବାର ଦିନ ଲେଯେଣ୍ଡାରୀ ପିସ ଆୱାର୍ଡସ କାଉନସିଲ ତରଫରୁ ଏକ ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି ରେଲୱେ ମନ୍ତ୍ରୀ ଆର. ବି. ଚୌଧୁରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ନିର୍ଦ୍ଦେଶକ, କେନ୍ଦ୍ର ସଂସ୍କୃତି ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଗହଣରେ ଡ଼ଃ. ଆମ୍ବେଦକର ସେଂଟ୍ରାଲ ହଲ, ୧୫ ,ଜନପଥ, ମନସର ପ୍ଲେସ ନୂଆଦିଲ୍ଲୀ ରେ ତାଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା। ସେ ଗୋଧୂଳିଲଗ୍ନରେ ୬୭ ବର୍ଷରେ ପଦାର୍ପଣ କଲେବି ଏକାକୀତ୍ୱ, ନିଃସଙ୍ଗ, ବିରହିତ ତଥା ବହୁ ମାନସିକ, ଶାରୀରିକ ଯନ୍ତ୍ରଣାଦଗ୍ଧ ହେଲେବି ସାରସ୍ୱତ ସାଧନା, ସାହିତ୍ୟ ସେବା ତଥା ସାମାଜିକ, ସାଂସ୍କୃତିକ କାର୍ଯ୍ୟରେ ସଦାସର୍ବଦା ଚଳଚଂଚଳ ହୋଇଥାନ୍ତି। ଆମ୍ଭେ ମାନେ ଏଭଳି ବିଜ୍ଞ, ଧୂରୀଣ ପ୍ରତିଭା ର ବ୍ୟକ୍ତିତ୍ୱ ଆଗକୁ ଅଧିକରୁ ଅଧିକ ଯଶ ଓ କୀର୍ତି ଓ ଶ୍ରୀ ଅର୍ଜନ କରନ୍ତୁ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଜୋର ଧରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ