ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଚଳିତ ମାସ ୪ ତାରିଖ ରେ ବିଶିଷ୍ଟ ଧର୍ମଗୁରୁ ମହମ୍ମଦ ଙ୍କ ୧୫୦୦ ତମ ଜୟନ୍ତୀ ସଂଖ୍ୟାଲଘୁ ସମ୍ପ୍ରଦାୟର ପକ୍ଷରୁ ପାଳନ ହେବ। ଏଥି ପାଇଁ ଧାମନଗର ରେ ମହାସମାରୋହରେ ପାଳିତ ହେବ। ପ୍ରାୟ ୭ ଦିନ ପୂର୍ବରୁ ଧାମନଗର ବଜାର ସମେତ ବିଭିନ୍ନ ସାହି ବସ୍ତି ରେ ସାଜସଜା କରା ଯାଉଛି।ବିଭିନ୍ନ ଛକ ରେ ବଡବଡ ତୋରଣ ନିର୍ମାଣ ମଧ୍ୟ କରା ଯାଇଛି।ରଙ୍ଗ ବେରଙ୍ଗ ର ଆଲୋକ ମାଳ ରେ ସଯେଇ ହେଉଛି। ତେବେ ଏହି ପର୍ବ ଶାନ୍ତି ଶୃଙ୍ଖଳା ସହ ପାଳନପାଇଁ ମଙ୍ଗଳବାର ଦିନ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଧାମନଗର ଥାନା ପରିସର ରେ ଉକ୍ତ ପର୍ବ ପାଇଁ ସମୀକ୍ଷା କରିଥିଲେ । ସଂଧ୍ୟା ରେ ଯୁଲସ ଶୋଭା ଯାତ୍ରା ଗୁଡ଼ିକ ଯେପରି ଶାନ୍ତୀଶୃଙ୍ଖଳା ସହ ଯିବ ସେ ଦିଗରେ ଆଲୋଚନା କରା ଯାଇଥିଲା । ସ୍ଥାନୀୟ ଅଂଚଳ ର ବୁଦ୍ଧିଯିବି ଙ୍କ ର ମଧ୍ୟ ମତାମତ ନିଆ ଯାଇଥିଲା।ତେବେ ଏହି ପର୍ବ ରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦ ଜଣ ଅଫିସର ସମେତ ବିଭିନ୍ନ ଥାନା ର ଅଧିକାରି ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳ ରକ୍ଷାକରିବେ। ଏସପି ଙ୍କ ଏହି ସମୀକ୍ଷା ବୈଠକ ରେ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ,ଥାନା ଅଧିକାରୀ ରଞ୍ଜନ ସେଠୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ