ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ରେ ଚଳିତ ବର୍ଷ ଟିକସ ଆଦାୟ ରେ ଧାମନଗର ରାଜ୍ୟ ରେ ପ୍ରଥମ ହୋଇ ଥିବାରୁ। ବିଜ୍ଞାପିତ ଅଂଚଳ ପରିଷଦ କୁ ରାଜ୍ୟ ସରକାର ୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପୁରସ୍କାର ପ୍ରଦାନ କରିଛନ୍ତି।ତାହାକୁ ଧାମନଗର ଅଧ୍ୟକ୍ଷା ନିବେଦିତା ଜେନା ସ୍ୱତନ୍ତ୍ର ସମାବେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଧାମନଗର ଏନ ଏ ସି ଅଂଚଳ ରେ ଏହି କିଛି ଦିନ ହେବ ରାଜନୈତିକ ହସ୍ତକ୍ଷପ କରି ବିକାଶ ରେ ବାଧା ସୃଷ୍ଟି କରା ଯାଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟରେ ଅଧ୍ୟକ୍ଷା ଶ୍ରୀମତୀ ଜେନା ଅଭିଯୋଗ କରିଥିଲେ। ଏବଂ ଧାମନଗର ଏନ ଏ ସି ରେ ଦୀର୍ଘଦିନ ହେବ ଟେଣ୍ଡର ହୋଇଥିବା ଧାମନଗର ବାଇପାସ ରୋଡ ସମସ୍ୟାର ସ୍ଥାୟୀ ସମାଧାନ , ଧାମନଗର ଛକର ଠାରୁ ଧାମନଗର ବଜାର ପୂର୍ତ ରାସ୍ତା ପର୍ଯ୍ୟନ୍ତ ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବା , ଜଗୁସାଗର ପୋଖରୀର ପୁନଃରୁଦ୍ଧାର- ଓ ଏହାର ସୌନ୍ଦର୍ଯ୍ୟକରଣ ସମସ୍ୟାର ସମାଧାନ, ଟେଣ୍ଡର ହୋଇଥିବା ନୂତନ ଅଫିସ ଗୃହ ନିର୍ମାଣ କାର୍ଯ୍ୟର ସମସ୍ୟା ମୂଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ପ୍ରକାଶ ଥାଉକି ମଙ୍ଗଳବାର ଦିନ ୧୧ ଟା ସମୟରେ ଅଧ୍ୟକ୍ଷ ଶ୍ରୀମତୀ ଜେନା କାର୍ଯ୍ୟାଳୟ ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଏନ ଏ ସି କୁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ପୁରସ୍କୃତ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇ ବା ସହ ଅଫିସ ର କର୍ମଚାରି ମାନଙ୍କ ପାଇଁ ଆଜି ଏ ପୁରସ୍କାର ମିଳିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଧାମନଗର ଏନ ଏ ସି ରେ ଅଫିସର ଙ୍କ ସହଯୋଗ ମିଳୁନଥିବାରୁ ବିକାଶ ରେ ବାଧା ଉପୁଜୁଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜେନା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ