ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା, ୪ ସ୍ଥାନରେ ଅତି ଭୀଷଣ ଓ ୫ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ସର୍ବାଧିକ ୨୨୫.୧ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା ହୋଇଥିବା ବେଳେ ୪ ସ୍ଥାନରେ ଅତି ଭୀଷଣ ଏବଂ ୫ ସ୍ଥାନରେ ଭୀଷଣ ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ସର୍ବାଧିକ ୨୨୫.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବାଲେଶ୍ୱର ଜିଲ୍
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା, ୪ ସ୍ଥାନରେ ଅତି ଭୀଷଣ ଓ ୫ ସ୍ଥାନରେ ଭୀଷଣ ବର୍ଷା : କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ସର୍ବାଧିକ ୨୨୫.୧ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା ହୋଇଥିବା ବେଳେ ୪ ସ୍ଥାନରେ ଅତି ଭୀଷଣ ଏବଂ ୫ ସ୍ଥାନରେ ଭୀଷଣ ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ସର୍ବାଧିକ ୨୨୫.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୩୩.୮ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୧୩୦.୩ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୧୨୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ଏନଏଚ-୫ ଗୋବିନ୍ଦପୁରରେ ୧୨୩.୨ ମି.ମି., କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ୧୦୩.୪ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୯୧.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ୯୦.୦ ମି.ମି., ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୭୦.୪ ମି.ମି., ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୬୪.୮ ମି.ମି., ବାଲେଶ୍ୱର ଜିଲ୍ଲାର ବାହାନଗାରେ ୬୦.୦ ମି.ମି., ଭୋଗରାଇରେ ୫୯.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୫୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande