ଜଙ୍କିଆ ସୁନା ଦୋକାନ ଲୁଟ୍ ଘଟଣା, କ୍ରେତା ସମେତ ୩ଲୁଟେରା ଗିରଫ, ସୁନାରୁପା ସହ ନଗଦ ଟଙ୍କା ଜବତ
ଖୋର୍ଦ୍ଧା, ୨ ସେପ୍ଟେମ୍ବର (ହି.ସ.) - ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଈ ସୋନୁ ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଖୋର୍ଦ୍ଧା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୯୦୦ଗ୍ରାମ ୬୫୦ ସୁନା, ୨୩୬୩ ଗ୍ରାମ ୯୪୦ ରୁପା, ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗ
Lut


ଲୁଟ


ଖୋର୍ଦ୍ଧା, ୨ ସେପ୍ଟେମ୍ବର (ହି.ସ.) - ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଈ ସୋନୁ ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଖୋର୍ଦ୍ଧା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୯୦୦ଗ୍ରାମ ୬୫୦ ସୁନା, ୨୩୬୩ ଗ୍ରାମ ୯୪୦ ରୁପା, ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ଭୁଜାଲି ଜବତ କରିଛି। ସୂଚନାଯୋଗ୍ୟ, ଗତ ମାସ ୨୪ ତାରିଖ ଦିନ ଅପରାହ୍ନରେ ୧୦ ଜଣ ଲୁଟେରା ବନ୍ଧୁକ ଓ ବୋମା ଫୁଟାଇ ୧୧ କିଲୋ ୫୦୦ ଗ୍ରାମ ଓ ୫ କିଲୋ ରୁପା ଅଳଂକାର ପ୍ରାୟେ ସାଢ଼େ ୧୧ କୋଟି ଟଙ୍କାର ସୁନା ଓ ରୁପା ଅଳଂକାର ଲୁଟ୍ କରି ନେବା ସହିତ ନଗଦ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣା ଦିନ ନୂଆ କରି ଯୋଗଦାନ କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରିଥିଲେ । ୫ ଟିମ ଗଠନ କରାଯାଇ ବିଭିନ୍ନ ଦିଗରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ୩ ଜଣ ଲୁଟେରା ଓ ଜଣେ କ୍ରେତାକୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ଓ ଆଉ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡିଆଇଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବେଂଟକର ଥାନା ୪୨ ମୌଜାର ଝିଙ୍କିରିଆ ଗ୍ରାମର ବିଶ୍ୱଜିତ୍ ପଟ୍ଟନାୟକ (୨୨) ଓରଫ ଲକି, ପି- ସରୋଜ କୁମାର ପଟ୍ଟନାୟକ ଠାରୁ ୩୧୯ ଗ୍ରାମ ୭୩୦ ମିଲି ସୁନା, ୯୬୮ ଗ୍ରାମ ରୂପା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ନଗଦ ୮ ଲକ୍ଷ ଟଙ୍କା , ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡା କଇଁଫୁଲିଆ ଗ୍ରାମର ଅଶୋକ ସେନାପତି (୩୨) ଓରଫ ବୁଲୁ ପି- ସଂସାରୀ ସେନାପତି ଠାରୁ ୨୦୭ ଗ୍ରାମ ୮୬୦ ମିଲି ସୁନା, ୯୪୦ ଗ୍ରାମ ରୂପା ଓ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଭୀମପଡା ଟାଙ୍ଗିସାହିର ଚନ୍ଦନ ନାୟକ ( ୨୫) ପିତା- କେଶବ ନାୟକ ଠାରୁ ୧୩୪ ଗ୍ରାମ ୬୭୦ ମିଲି ସୁନା, ୫୪୬ ଗ୍ରାମ ରୂପା ଓ ବୋଲଗଡ଼ ସମ୍ପପୁର ଗ୍ରାମର ନବ ସାହୁ ପି- ରବି ସାହୁ ଠାରୁ ୨୩୮ ଗ୍ରାମ ୩୯୦ ମିଲି ସୁନା ଜବତ ହୋଇଛି। ତେବେ ଲୁଟ ଘଟଣା ନେଇ ଦୋକାନ ମାଲିକ ପୁଷ୍ପ ରଞ୍ଜନ ସାହୁଙ୍କ ପତ୍ନୀ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ କ୍ରମେ ଡକାୟତମାନେ ସମୁଦାୟ ୧୧ କିଲୋ ୫୦୦ ଗ୍ରାମ ସୁନା ଓ ୫ କିଲୋ ରୂପା ଅଳଂକାର ଲୁଟ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ୫୫ ଲକ୍ଷ ଟଙ୍କା ହେବ । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକ, ସଦର ଥାନାଧିକାରି କାହୁଁ ଜେନା , ଟାଉନ ଥାନାଧିକାରି ସଞ୍ଜୟ ନାୟକ,ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande