ଯାତ୍ରା ପାର୍ଟି ମାଲିକ ଯାତ୍ରା କମିଟି ସଂଘର ଦାବି ନ ମାନିଲେ ବିକଳ୍ପ ପଦକ୍ଷେପ ନିଆଯିବ
କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – ଯାତ୍ରା ପାର୍ଟିମାଲିକମାନେ ଜିଲ୍ଲା ଯାତ୍ରା କମିଟି ସଂଘର ଦାବି ନ ମାନିଲେ ଆଗାମୀ ଦିନରେ ସଂଘ ବିକଳ୍ପ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକାରିଣୀ ବୈଠକରେ ସଂଘର କାର୍ଯ୍ୟକର୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଯାତ୍ରା ପାର୍ଟି ମାଲିକ ଯାତ୍ରା କମିଟି ସଂଘର ଦାବି ନ ମାନିଲେ ବିକଳ୍ପ ପଦକ୍ଷେପ ନିଆଯିବ


କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – ଯାତ୍ରା ପାର୍ଟିମାଲିକମାନେ ଜିଲ୍ଲା ଯାତ୍ରା କମିଟି ସଂଘର ଦାବି ନ ମାନିଲେ ଆଗାମୀ ଦିନରେ ସଂଘ ବିକଳ୍ପ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକାରିଣୀ ବୈଠକରେ ସଂଘର କାର୍ଯ୍ୟକର୍ତାମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଚଣ୍ଡିଆ ପ୍ୟାଲେସରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସଂଘର ସଭାପତି ମିହିର ସାମଲ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଡଃ ଅଜୟ କୁମାର ରାଉତ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶିବାଶିଷ ମହାନ୍ତି ଯୋଗ ଦେଇଥିଲେ । ଚଳିତ ବର୍ଷ ପ୍ରତ୍ୟେକ ବ୍ଲକ କମିଟି ପୁନଃର୍ଗଠନ କରାଯାଇଥିବାବେଳେ ସଂଘର ସମ୍ପାଦକ ବୈକୁଣ୍ଠନାଥ ପରିଡା ନୂତନ କାର୍ଯ୍ୟକର୍ତାମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପତ୍ର ପ୍ରଦାନ କରି ସଂଘକୁ ସୁଦୃଢ କରିବା ସହ ପ୍ରତ୍ୟେକ ବ୍ଲକରେ ଥିବା ଯାତ୍ରାକମିଟିମାନଙ୍କୁ ଆବଶ୍ୟକ ଜିଲ୍ଲା ସଂଘ ଓ ବ୍ଲକ ସଂଘ ପକ୍ଷରୁ ପ୍ରଶାସନିକ ସ୍ତରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବାକୁ ଘୋଷଣା କରିଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକାରିଣୀ ବୈଠକ

ବିଶେଷ କରି ଯାତ୍ରା ପାର୍ଟିମାଲିକମାନେ ମନମାନୀ କରି ଦରବୃଦ୍ଧି ସହିତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ଯାତ୍ରାକମିଟି ଉପରେ ଲଦି ଦେବାରୁ କମିଟିମାନେ ଟିକେଟ୍ ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ଯାତ୍ରା ପ୍ରେମୀମାନେ ଅଧିକ ଅର୍ଥ ଦେଇ ଯାତ୍ରା ଦେଖିବାକୁ ରାଜି ହେଉ ନ ଥିବାରୁ ଦର୍ଶକ ସଂଖ୍ୟା ହ୍ରାସ ପାଉଛି । ଯଦ୍ୱାରାକି ଯାତ୍ରା କମିଟିମାନେ ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି, ଏପରିକି କେନ୍ଦ୍ରାପଡା ଜିଲ୍ଲାରେ ଅନେକ କମିଟି ରୁଗ୍‌ଣ ହେବା ସହ କେତେକ କମିଟି ମଧ୍ୟ ବନ୍ଦ୍ ହୋଇ ଗଲାଣି । ଅନ୍ୟପକ୍ଷରେ ପାରମ୍ପରିକ ଯାତ୍ରା ଓ ମେଳା ଆଦି ପରିଚାଳନା କରୁଥିବା କମିଟିମାନେ ଯାତ୍ରା ପାର୍ଟୀ ନେବାକୁ ପଛଘୁଂଚା ଦେଲେଣି ବୋଲି୍ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତାମାନେ ମତପ୍ରକାଶ କରିଥିଲେ । ଏପରିକି ଯଦି ଯାତ୍ରା ମାଲିକମାନେ ସହଯୋଗ ନ କରିବେ ତେବେ ଆଗାମୀ ଦିନରେ ବିକଳ୍ପ ପଦକ୍ଷେପ ନିଆଯାଉ ବୋଲି ବିଭିନ୍ନ ବ୍ଲକ କମିଟି କାର୍ଯ୍ୟକର୍ତାମାନେ ପ୍ରତିକ୍ରୀୟା ପ୍ରକାଶ ଥିଲେ । ତେବେ ଅତୀତରେ ହୋଇଥିବା ରାଜ୍ୟ ଯାତ୍ରା କମିଟି ସୁରକ୍ଷା ମଂଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘ କାର୍ଯ୍ୟକର୍ତାମାନେ ଯୋଗ ଦେଇ କମିଟିମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ପରେ ରାଜ୍ୟ ଯାତ୍ରା କମିଟି ସୁରକ୍ଷା ମଂଚ ଓ ଯାତ୍ରା ପାର୍ଟୀମାଲିକ ସଂଘ ଏକ ମିଳିତ ବୈଠକରେ ଦର କମାଇବା ସହ କେତେକ ସର୍ତ ପ୍ରତ୍ୟାହାର କରିବା ପାଇଁ ପ୍ରାଥମିକ ଆଲୋଚନା ହୋଇଥିବା ସଭାପତି ମିହିର ସାମଲ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଆଗେଇ ନେବାକୁ ଡଃ ଅଜୟ କୁମାର ରାଉତ ଓ ଶିବାଶିଷ ମହାନ୍ତିଙ୍କ ପୃଷ୍ଠପୋଷତାରେ ଆଗାମୀ ଦିନରେ ସଂଘ କାର୍ଯ୍ୟ କରିବା, ଯାତ୍ରା କମିଟି କଲ୍ୟାଣ ଓ ଆଇନ ସହାୟତା ପାଇଁ ସ୍ୱତନ୍ତ୍ର ସେଲ ଗଠନ, ପାରମ୍ପରିକ ଅନୁଷ୍ଠାନ ବିଭିନ୍ନ ପର୍ବପର୍ବାଣୀରେ ରାଜ୍ୟ ସଂସ୍କୃତି ବିଭାଗର ସହଯୋଗ, ପଞ୍ଜିକୃତ ଅନୁଷ୍ଠାନମାନେ ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବା ଆଦି ଜିଲ୍ଲା ସଂଘ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲା ସଂଘର ମୁଖ୍ୟ ଉପଦ୍ଦେଷ୍ଠା ଜ୍ଞାନ ବଲ୍ଲଭ ମହାନ୍ତି ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଡଃ ଅଜୟ କୁମାର ରାଉତ ଓ ଶିବାଶିଷ ମହାନ୍ତିଙ୍କୁ ସମ୍ମାନପତ୍ର ଓ ଉପଢୌକନ ପ୍ରଦାନ କରି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ସଂଘ କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ, ଜିଲ୍ଲା ଉପସଭାପତି ମହେଶ୍ୱର ସେଠୀ, ଜିଲ୍ଲା ସଂଯୋଜକ ସମୀର ବାରିକ, ସହସମ୍ପାଦକ ସଂଗ୍ରାମ କେଶରୀ ମହାପାତ୍ର, ପ୍ରଦୀପ୍ତ କୁମାର ମଲ୍ଲିକ, ଅଦୈତ ପ୍ରସାଦ ଲେଙ୍କା, ବିଜୟ କୁମାର ସାମଲ, କିଶୋର ଜେନା, ଗଣେଶ ଚନ୍ଦ୍ର ଦାସ, ଦେବାନନ୍ଦ ପରିଡା, ପ୍ରତାପ ଚନ୍ଦ୍ର ପରିଡା, କବିର ଦାସ, ନିରାକାର ପ୍ରଧାନ, ବିରେନ କୁମାର ଦାସ, କୁଶଦେବ ନାୟକ, କୈଳାସ ଚନ୍ଦ୍ର ସାହାଣୀ, ମନୋଜ କୁମାର ପାତ୍ର, ବୀରବର ପଣ୍ଡା, ବିବେକା ନନ୍ଦ ସାହୁ, ନିହାର କାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande