ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.) ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବିଷୟ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ।
ଏ ସମ୍ପର୍କିତ ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଚର୍ଚ୍ଚା ଆଲୋଚନା ହୁଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ମନ୍ତ୍ରୀ ମଣ୍ଡଳ ଯେହେତୁ ଖାଲି ଅଛି ଚର୍ଚ୍ଚା ହେବ। ଏହା ମୁଖ୍ୟମନ୍ତ୍ରୀଙ୍କ ଅଧୀନ ବିଷୟ। ଯେତେବେଳେ ଚାହିଁବେ ଏହାକୁ ପୂରଣ କରିବେ। କିମ୍ବା ଏକା ମନ୍ତ୍ରୀମଣ୍ଡଳ ଚଳାଇପାରିବେ। ମୁଁ ଦଳର ଗୋଟେ ଛୋଟିଆ କର୍ମୀ। ତୃଣମୂଳ କାମ କରିବା ଜାଣେ ଉପର କଥା ଜାଣେ ନାହିଁ। ବରିଷ୍ଠ ଅଭିଜ୍ଞ ର କୌଣସି ମୂଲ୍ୟ କିଛି ନାହିଁ। ରାଜନୀତିରେ ଏହାର ମୂଲ୍ୟ କିଛି ନାହିଁ। ଦଳ ପାଇଁ ନିଷ୍ଠାର ସହ କାମ ଏବଂ କେସ ଖାଇବା ଏହା ମୂଲ୍ୟହୀନ। ଏସବୁର କିଛି ଗୁରୁତ୍ବ ନଥାଏ। ମୋ ପାଇଁ ସରକାର ଆସିଛି କି କାହା ପାଇଁ ଆସିଛି ସେକଥା କିଏ ଜାଣେ। ଲୋକେ ନିଷ୍ପତ୍ତି ନେବେ। ମୁଁ ଦାବି କରିପାରିବି ନାହିଁ, ଅନେକ ଲୋକ କହୁଛନ୍ତି ତାଙ୍କ ପାଇଁ ସରକାର ଆସିଛି ତାହାକୁ ଆମେ ସ୍ବୀକାର କରୁଛୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ