କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଖଣି ଉତ୍ତୋଳନ ପାଇଁ ଲକ୍ଷ ଲକ୍ଷ ଗଛକୁ କାଟି ପଦା କରୁଥିବା ବେଳେ, ସେଭଳି ସଂଖ୍ୟାରେ ବୃକ୍ଷ ରୋପଣ କରାଯାଉ ନାହିଁ, ଯାହା ଫଳରେ ପରିବେଶ ର ସନ୍ତୁଳନ ବିଗିଡିବାରେ ଲାଗିଛି, ଏବଂ ପରିବେଶ କୁ ସନ୍ତୁଳିତ ରଖିବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି ଶ୍ରୀରାମ ପିପୁଲ ସେବା ଟ୍ରଷ୍ଟ। ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କୋଦଗାଡିଆ ଗ୍ରାମରେ ଜୟ ଶ୍ରୀରାମ ପିପୁଲ୍ ସେବା ଟ୍ରଷ୍ଟ, ବାସୁଦେବପୁର ପକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ସେବା ଟ୍ରଷ୍ଟର ସଭାପତି ବୀରବର ମହାନ୍ତ ଓ ଲିଗାଲ ଆଡଭାଇଜର ଆଡଭୋକେଟ ସଞ୍ଜୟ ମହାନ୍ତଙ୍କ ତତ୍ତ୍ଵାବଧାନରେ ଟ୍ରଷ୍ଟ ର ସଦସ୍ୟ ମାନେ 300 ଟି ଚନ୍ଦନ 200 ଟି ଶାଳ, ପିଆଶାଳ, ଆଁଅଳା,ଆମ୍ବ,ପିଜୁଳି,ଲେମ୍ବୁ,ଗମ୍ଭାରୀ,ବାଉଁଶ,ତେନ୍ତୁଳି, ଅର୍ଜୁନ, ବଉଳ, ଅଶୋକ,ଆଦି ଗଛ ଲଗାଇଛନ୍ତି। ପ୍ରଦୂଷିତ ପରିବେଶକୁ ସନ୍ତୁଳିତ ରଖିବାକୁ ବୃକ୍ଷ ରୋପଣ ଏକ ମାତ୍ର ମାଧ୍ୟମ ହୋଇଥିବାରୁ ଟ୍ରଷ୍ଟ ତରଫରୁ ଏହି କାର୍ଯ୍ୟ କ୍ରମକୁ ହାତକୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଅଧିକରୁ ଅଧିକ କରିବାକୁ ଟ୍ରଷ୍ଟ ପକ୍ଷରୁ ସୂଚନା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA