ପ୍ରବଳ ବର୍ଷାରେ ଭାଙ୍ଗିଲା କୁଲଣା ଉଚ୍ଚ ବିଦ୍ୟାଳୟ ପାଚେରୀ
ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଶୋଳ-କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାଳୟ ପାଚେରୀ ଆଜି ସକାଳ ବର୍ଷାରେ ଭାଙ୍ଗିଯାଇଛି। ଆଜି ଭୋର୍ ୪ଟା ସମୟରୁ ଲଗାଣ ବର୍ଷା ଲାଗି ରହିଥିଲା । ମାତ୍ର ସକାଳ ୭ଟାରେ ବ୍ୟାପକ ବର୍ଷା ହୋଇଥିଲା । ଏହି ସମୟରେ ବିଦ୍ୟାଳୟର ଦକ୍ଷିଣପା
KULANA UCHA VIDYALAYA PACHERI BHANGILA


ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଶୋଳ-କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାଳୟ ପାଚେରୀ ଆଜି ସକାଳ ବର୍ଷାରେ ଭାଙ୍ଗିଯାଇଛି। ଆଜି ଭୋର୍ ୪ଟା ସମୟରୁ ଲଗାଣ ବର୍ଷା ଲାଗି ରହିଥିଲା । ମାତ୍ର ସକାଳ ୭ଟାରେ ବ୍ୟାପକ ବର୍ଷା ହୋଇଥିଲା । ଏହି ସମୟରେ ବିଦ୍ୟାଳୟର ଦକ୍ଷିଣପାର୍ଶ୍ୱ ପୂର୍ତ ରାସ୍ତା ସଂଲଗ୍ନ ୨୦ମିଟର ଦୀର୍ଘ ପଚେରୀ ଭାଙ୍ଗିଯାଇଥିଲା । ଏହାଦ୍ୱାରା ବିଦ୍ୟାଳୟ ହତାରେ ବୁଲା ଗୋରୁଗାଈଙ୍କ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଯୋଗୁଁ ବିଦ୍ୟାଳୟ ଅସୁରକ୍ଷିତ ହୋଇପଡିଛି । ଏହି ବିଦ୍ୟାଳରେ ୪୫୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନିତ କରାଯାଇଛି। ଏହି ବିଦ୍ୟାଳୟର ସୁରକ୍ଷା ପାଚେରୀ ଭାଙ୍ଗିପଡି ବିଦ୍ୟାଳୟ ପ୍ରତି ବିପଦ ସୃଷ୍ଟି କରିଛି । ଏହାର ପୁନଃନିର୍ମାଣ ପାଇଁ ସଂପୃକ୍ତ ପ୍ରଧାନଶିକ୍ଷକ ସ୍ଥାନୀୟ ବିଡିଓଙ୍କୁ ପତ୍ର ଯୋଗେ ଅନୁରୋଧ କରିଛନ୍ତି। ଏଥି ପୂର୍ବରୁ ଗତ ଅକ୍ଟୋବର ମାସ ବାତ୍ୟାରେ ବିଦ୍ୟାଳୟର ୭୦ ମିଟର ଲମ୍ବ ପାଚେରୀ ଭୁଷୁଡି ପଡିଥିଲା । ଏହାର ପୁନଃ ନିର୍ମାଣ ପାଇଁ ବ୍ଲକ୍‌କୁ ଅନୁରୋଧ କରାଯାଇଥିଲା । ହେଲେ କୌଣସି ପଦକ୍ଷେପ ନିଆଯାଇନଥିଲା । ବିଦ୍ୟାଳୟ ପକ୍ଷରୁ ଅସ୍ଥାୟୀ ବାଡ ବ୍ୟବସ୍ଥା କରାଯାଇଥିଲା । ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ବିଡିଓ ଦେବଦତ ଦାସ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande