ସମ୍ବଲପୁର, ୦୨ ସେପ୍େଟମ୍ବର (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଭାଗୃହ ଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଅଧୀନରେ ଜିଲ୍ଲା ଷ୍ଟିଅରିଂ କମିଟି କମ୍ ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଡା. ଗୀତାଞ୍ଜଳି ଭୋଇ, ଅଧ୍ୟକ୍ଷ, ଡାଏଟ୍, ସମ୍ବଲପୁର ସ୍ୱାଗତ ଅଭିଭାଷଣ ରଖିଥିଲେ। ପରେ ଲକ୍ଷ୍ମଣ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ସମ୍ବଲପୁର ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ଆଜାଦ ଶେଖର ପ୍ରଧାନ, ବରିଷ୍ଠ ବ୍ୟାଖ୍ୟାତା, ଡାଏଟ୍, ସମ୍ବଲପୁରଙ୍କ ଦ୍ୱାରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ବୈଠକ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଲକ୍ଷ, ବିଭିନ୍ନ କାର୍ଯ୍ୟକଳାପ, ପ୍ରତିମାସୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ବିଷୟବସ୍ତୁ, ଶ୍ରେଣୀ ପର୍ଯ୍ୟବେକ୍ଷଣ, ‘ପ୍ରଗତି’ ମଡ୍ୟୁଲ୍ (ବ୍ୟକ୍ତିଗତ ଉନ୍ନୟନ), ସମ୍ବଲପୁର ଜିଲ୍ଲାର ସର୍ବଶ୍ରେଷ୍ଠ ପ୍ରୟୋଗ – ଖେଳନା ଆଧାରିତ ପେଡାଗୋଜି ଏବଂ ପପେଟ୍ ଶୋ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଗଲା। ସଭାରେ ପିଆରଏସ ୨୦୨୪ ରିପୋର୍ଟର ବିସ୍ତାରଣ, ଜିଲ୍ଲା ସ୍ତରର ଏଫ୍ଏଲ୍ଏନ ସମ୍ମିଳନୀ ଆୟୋଜନ, ଓ ବିଭିନ୍ନ ସ୍ତରରେ କାର୍ଯ୍ୟକଳାପର ଗୁଣବତା ସୁନିଶ୍ଚିତକରଣ ପାଇଁ ପ୍ରସ୍ତାବ ଦିଆଗଲା । ଶେଷରେ ପିଆରଏସ ୨୦୨୪ ରିପୋର୍ଟର ବିସ୍ତାରଣ, ଏଫ୍ଏଲ୍ଏନ ଉପରେ ଜିଲ୍ଲା ସ୍ତରର ସମ୍ମିଳନୀ ର ଆୟୋଜନ ଏବଂ ଜିଲ୍ଲା ସ୍ତରର ପିଆରଏସ ରିପୋର୍ଟ ପାଇଁ ଏକ ବେଂଚମାର୍କ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦିଆଗଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ