ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା
ବଲାଙ୍ଗିର, 2 ସେପ୍ଟେମ୍ବର (ହି.ସ.) ପଂଚମ ଅନୁଷ୍ଠାନ ଠାରେ ରାମଜୀ ନାଟକ ସଂସଦ ଦ୍ୱାରା ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ବାଳମୁକୁନ୍ଦ ବେହେରା ଦ୍ୱୀପ ପ୍ରଜ୍ଜଳନ କରି ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଆୟୋଜିତ ହୋଇଥିଲା । ସେ ରାମଲିଳା ନାଟକରୁ ବିଭିନ୍ନ ଅଭ
ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କ ସ୍ମୃତି ସଭା ରାମଜୀ ନାଟକ ସଂସଦ ରୁ ଆରମ୍ଭ କରିଥିଲେ କଳାକାର ଜିବନ


ବଲାଙ୍ଗିର, 2 ସେପ୍ଟେମ୍ବର (ହି.ସ.)

ପଂଚମ ଅନୁଷ୍ଠାନ ଠାରେ ରାମଜୀ ନାଟକ ସଂସଦ ଦ୍ୱାରା ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ବାଳମୁକୁନ୍ଦ ବେହେରା ଦ୍ୱୀପ ପ୍ରଜ୍ଜଳନ କରି ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଆୟୋଜିତ ହୋଇଥିଲା । ସେ ରାମଲିଳା ନାଟକରୁ ବିଭିନ୍ନ ଅଭିନୟ କରି ଓ ନିର୍ଦ୍ଦେଶନାରେ କୃଷ୍ଣଗୁରୁ ଓ ବିଭିନ୍ନ ଅଭିନୟରେ କଳାକାର ଜିବନ ବିତାଇଥିଲେ । ବଲାଙ୍ଗିର ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମନେଇଥିଲେ । ଏହି ନାଟକ ଜିବନରେ କିଭଳି ତାଙ୍କର କଳା ଜିବନରେ ଆଗେଇ ଥିଲେ ତାହା ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ରାମଜୀ ନାଟକ ସଂସଦର ସଦସ୍ୟ ପ୍ରହଲ୍ଲାଦ ଦର୍ଜି, ବୁଲୁ ବେହେରା, ଡା.ରୁଦ୍ରନାରାୟଣ ପଟେଲ, ଚୈତନ୍ୟ ମଟାରି, ସୁବାଷ ସାଏ, ସୁଧିର ପଣ୍ଡା, ସଂଜିବ ସାହାଣି, ଶୁଶାନ୍ତ ଚୋପଦାର, ଲଳିତ ପୁଜାରୀ ସମେତ ବିଭିନ୍ନ କଳାକାର ପଦ୍ମଶ୍ରୀଙ୍କୁ ସ୍ମୃତିଚାରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande