ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱରର ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ଏହି ଅଂଚଳରେ ଡ୍ରେନ ବନ୍ଦ୍ ହେବାରୁ ବନ୍ୟା ଜଳରେ ଅହଲ୍ୟା ନଗର ବୁଡି ଯାଇଥିବା ଦେଖିବାକୁ ମିଳିଛି । ଏହି କାରଣରୁ ବନ୍ୟା ପାଣିରେ ମହିଳା ଫସି ଯାଇଥିଲେ । କାର ସେନ୍ସର୍ ବନ୍ଦ୍ ହ
ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱରର ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ଏହି ଅଂଚଳରେ ଡ୍ରେନ ବନ୍ଦ୍ ହେବାରୁ ବନ୍ୟା ଜଳରେ ଅହଲ୍ୟା ନଗର ବୁଡି ଯାଇଥିବା ଦେଖିବାକୁ ମିଳିଛି ।

ଏହି କାରଣରୁ ବନ୍ୟା ପାଣିରେ ମହିଳା ଫସି ଯାଇଥିଲେ । କାର ସେନ୍ସର୍ ବନ୍ଦ୍ ହେବାରୁ ଡୋର ଖୋଲିଲାନି । ମହିଳା ଜଣଙ୍କ କୃତ୍ରିମ ବନ୍ୟାରେ କାର ଭିତରେ ଦେଢ଼ ଘଣ୍ଟା ଫସି ରହିଥିଲେ । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗ ଟିମ୍ ପହଁଚି ମେସିନ୍ ଲଗାଇ ୱାଟର ଲଗିଂ ସମସ୍ୟାର ସମାଧାନ କରିବା ସହ ମହିଳାଙ୍କୁ ଉଦ୍ଧାର କରିଛନ୍ତି ।ବିଏମସି ଏବଂ ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ସମୀକ୍ଷା କରିଥିବା ଜଣା ପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande