କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.)ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କାର୍ଯ୍ୟାଳୟ, କେନ୍ଦୁଝର ଅଫିସ୍ ତରଫରୁ ମ ଝୁମ୍ପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ଭାରତ ସରକାର କିଭଳି ଆଦିବାସୀ ଅଞ୍ଚଳରେ ବିଭିନ୍ନ ଯୋଜନା ଯଥା ସ୍ବାସ୍ଥ୍ୟ, ଶିକ୍ଷା, ଆଜୀବିକା ତଥା ସାମାଜିକକୁ ସୁନିଶ୍ଚିତ କରୁଛନ୍ତି ଏବଂ ଏ ଦିଗରେ ବର୍ଷ ବର୍ଷ ଧରି ରହି ଆସିଥିବା ପାର୍ଥକ୍ଯକୁ ଦୂର କରୁଛନ୍ତି ସେ ବାବଦରେ ଅବଗତ କରାଇଥିଲେ l ଆଲୋଚନାରେ ବ୍ଲକ ଅଧିକାରୀଙ୍କ ସହ ବହୁ ଲାଭାର୍ଥୀ ଭାଗ ନେଇଥିଲେ। l
.
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA