ଭୁବନେଶ୍ୱର, 02 ସେପ୍ଚେମ୍ବର (ହି.ସ.) ବିହାରର
ଦରଭଙ୍ଗାରେ କଂଗ୍ରେସ-ଆରଜେଡିଙ୍କ ମଞ୍ଚରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା
ତେଜସ୍ୱି ଯାଦବ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିବଙ୍ଗତ ଶ୍ରଦ୍ଧେୟ ମା'ଙ୍କୁ ଅପମାନଜନକ ଶବ୍ଦ
କୁହାଯିବା — ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଲୋକତନ୍ତ୍ରକୁ
ଲଜ୍ଜିତ କରୁଥିବା ଘଟଣା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ରାଜନୀତି ଏବେ ଏମିତି
ଅବମାନବୀୟ ସ୍ତରକୁ ପହଞ୍ଚିଛି ଯାହା ଦେଶର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ଅପମାନ କରିଛି।ରାହୁଲ
ଗାନ୍ଧୀ କି ଏମିତି ଅଭଦ୍ର ଭାଷାକୁ ପ୍ରୋତ୍ସାହନ ଦେଇ,
ଦେଶର
ମାତୃଶକ୍ତିକୁ ଅପମାନ କରି, ନିଜର ରାଜନୈତିକ ସ୍ୱାର୍ଥ ସାଧନ
କରିବାକୁ ଚାହୁଁଛନ୍ତି ?
ସେ କହିଛନ୍ତି ଯେ ଏହା କେବଳ ୧୪୦ ଅତି ଜନତାଙ୍କୁ ନିଜ ପରିବାର ଭାବେ ସ୍ୱୀକାର କରିଥିବା
ପ୍ରଧାନମନ୍ତ୍ରୀଙ୍କ ମା'ଙ୍କୁ ଅପମାନ ନୁହେଁ;
ଏହା
ଦେଶର ସେଇ ସମସ୍ତ ମା'ଙ୍କୁ ଅପମାନ,
ଯେଉଁମାନେ
ଦାରିଦ୍ର୍ୟରେ ମଧ୍ୟ କଠିନ ପରିଶ୍ରମ କରି, ସନ୍ତାନଙ୍କୁ ଭଲ
ସଂସ୍କାର ଦେଇ, ସମ୍ମାନଜନକ ଜୀବନ ଗଢ଼ିଥାନ୍ତି।
ସେ କହିଛନ୍ତି ଯେ, ଆଜି ପ୍ରତ୍ୟେକ ମା'ର ହୃଦୟ ଦୁଃଖିତ,
ବିହ୍ୱଳ
ଓ କ୍ରୋଧିତ। 28 ଅଗଷ୍ଟ 2025ରେ ରାହୁଲ ଗାନ୍ଧୀଙ୍କ
ମଞ୍ଚରୁ ସମଗ୍ର ଦେଶର ମା'ମାନଙ୍କୁ ଅପମାନ କରାଗଲା । କିନ୍ତୁ
ନା ରାହୁଲ ଗାନ୍ଧୀ, ନା ତେଜସ୍ୱୀ ଯାଦବ,
ନା
ଇଣ୍ଡିଆ ଗଠବନ୍ଧନର ଅନ୍ୟ କୌଣସି ନେତା — ଏ ପର୍ଯ୍ୟନ୍ତ କ୍ଷମା
ମାଗିଲେ ନାହିଁ ।
ଏହା ପ୍ରମାଣ କରୁଛି ଯେ, ଏହି ନେତାମାନଙ୍କର ମାନସିକତା କେତେ
ସଂକୀର୍ଣ୍ଣ ଓ ଅଭଦ୍ର। ଅସୁୟାଭାବ ଓ ହୀନମନ୍ୟତାର ଶିକାରରେ ଗ୍ରସ୍ତ ଇଣ୍ଡି ମେଣ୍ଟର ନେତାମାନେ
ସ୍ୱାର୍ଥରେ ଅନ୍ଧ ହୋଇପଡିଛନ୍ତି ।
ଦେଶର ପ୍ରତ୍ୟେକ ନାରୀ, ପ୍ରତ୍ୟେକ ମା'ଙ୍କୁ ବି ଏହିପାଇଁ
ରାସ୍ତାରେ ଆସିବାକୁ ପଡିବ ? ଇଣ୍ଡି ମେଣ୍ଟ ଦେଶକୁ କେଉଁ ଦିଗକୁ
ନେବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ, ମା' ଙ୍କ ଆଶୀର୍ବାଦରେ,
ସଂଘର୍ଷ
ଓ ପରିଶ୍ରମରେ ଜୀବନ କାଟିଥିବା ମା'ଙ୍କୁ ସାର୍ବଜନୀନ
ମଞ୍ଚରୁ ଅପମାନ କରାଗଲା; ଯାହାକୁ ଭାରତୀୟ ସଂସ୍କୃତି କେବେ ହେଲେ ସ୍ୱୀକାର କରିବ ନାହିଁ। ରାହୁଲ
ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ଏହି ଅଭଦ୍ର ଭାଷା ରାଜନୀତିକ ମର୍ଯ୍ୟାଦାକୁ ଭାଙ୍ଗିଛି। ସେମାନଙ୍କ
ନେତୃତ୍ୱରେ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହିପରି ଅପମାନଜନକ ଭାଷାକୁ ଅନୁସରଣ
କରୁଛନ୍ତି।ଗାନ୍ଧୀ ପରିବାର ସଦା ସର୍ବଦା ମୋଦୀଜୀଙ୍କ ବିରୋଧରେ ଘୃଣା ପ୍ରଚାର କରିଆସିଛି।
କିନ୍ତୁ ଏଥର ସେମାନେ ସମସ୍ତ ସୀମା ଲଂଘିଛନ୍ତି।ଏହା ପ୍ରତ୍ୟେକ ମା',
ପ୍ରତ୍ୟେକ
ପୁତ୍ରଙ୍କ ଅପମାନ। 140 କୋଟି ଭାରତୀୟ ଏହାକୁ
କେବେ କ୍ଷମା କରିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ